ଓଡିଶାରାଜନୀତି

BJDରେ ଯୋଗଦେବା ପରେ ସାଂସଦଙ୍କ ସହ ସୁଜାତା

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦେବା ପରେ ସୁଜାତା କାର୍ତ୍ତିକେୟନ ଦଳର ବରିଷ୍ଠ ନେତୃତ୍ୱଙ୍କ ସହ ସାକ୍ଷାତକାର ଆରମ୍ଭ କରିଛନ୍ତି। ଦଳରେ ସାମିଲ ହେବାର କିଛି ସମୟ ପରେ ସେ ବିଜେଡିର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଭେଟିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ସୁଜାତା କାର୍ତ୍ତିକେୟନଙ୍କୁ ଦଳୀୟ ନେତାମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ବୈଠକ ସମୟରେ ଦଳର ସାଙ୍ଗଠନିକ ସ୍ଥିତି, ଓଡ଼ିଶାର ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଏବଂ ଆଗାମୀ ଦିନରେ ଦଳକୁ କିପରି ଆହୁରି ସଶକ୍ତ କରାଯାଇପାରିବ, ସେନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଥିବା ସୁଜାତା କାର୍ତ୍ତିକେୟନଙ୍କ ଦଳରେ ଯୋଗଦାନକୁ ବିଜେଡି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗ ବୋଲି ଦେଖାଯାଉଛି। ମିଶନ ଶକ୍ତି, ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ତାଙ୍କ ଅଭିଜ୍ଞତା ଆଗାମୀ ଦିନରେ ଦଳକୁ ଲାଭ ଦେଇପାରେ ବୋଲି ନେତାମାନେ ଆଶା ପ୍ରକାଶ କରିଛନ୍ତି।

ବିଜେଡିରେ ଯୋଗଦେବା ପରେ ସୁଜାତାଙ୍କ ଏହି ଧାରାବାହିକ ସାକ୍ଷାତକାର ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ଦଳ ଭିତରେ ତାଙ୍କ ସକ୍ରିୟ ଭୂମିକାର ସଙ୍କେତ ବୋଲି ମଧ୍ୟ ବିଶ୍ଳେଷଣ କରାଯାଉଛି।

Related posts

ଧବଳେଶ୍ୱର ମନ୍ଦିରର ମୁଖ୍ୟ ଦ୍ୱାର ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ

mahabharatanews

୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୮୦ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

କରୋନା ଆକ୍ରାନ୍ତ ଚିହ୍ନଟ ପରେ କଲୋନୀକୁ ଆଂଶିକ କଣ୍ଟେନମେଣ୍ଟ ଜୋନ ଘୋଷଣା

mahabharatanews