ଓଡିଶା

ସ୍ୱର୍ଗଦ୍ୱାରରେ ଶବଦାହ କଟକଣା ମାସେ ବଢିଲା

(ଜୟନ୍ତ କୁମାର ସେଠୀ/ପୁରୀ): କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ଶବଦାହ ଉପରେ କଟକଣା ଲଗାଯାଇଛି । ଜିଲ୍ଲା ବାହାର ଲୋକେ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଏବଂ ମହୋଦଧୀରେ ଚିତାଭସ୍ମ ବିସର୍ଜନ ଉପରେ ଲଗାଯାଇଥିବା କଟକଣାକୁ ଆଉ ଏକ ମାସ ବୃଦ୍ଧି କରାଯାଇଛି । ଫଳରେ ଚଳିତମାସ ଶେଷ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ବାହାରର ଲୋକେ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ ନାହିଁ । କିନ୍ତୁ ପୁରୀ ଜିଲ୍ଲାର ଲୋକଙ୍କ ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି । ଗତ ଜୁଲାଇ ୭ ତାରିଖରୁ ଜିଲ୍ଲା ବାହାର ଲୋକଙ୍କ ପାଇଁ ଏହି କଟକଣା ଲାଗୁ ହୋଇଥିଲା । ରାଜ୍ୟ ସରକାରଙ୍କ ଅନଲକ୍-୪ ପରେ ଜିଲ୍ଲା ପ୍ରଶାସନ ଏହି କଟକଣା ଅବଧିକୁ ପୁଣି ମାସେ ବଢାଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ ନିୟମ ମାନି ଦାହ ସଂସ୍କାର କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Related posts

ପଦ୍ମପୁର ଉପନିର୍ବାଚନ : ପ୍ରାର୍ଥୀ ଘୋଷଣା କଲେ ଦୁଇ ଦଳ; ବାକି ରହିଗଲା ବିଜେଡି

mahabharatanews

ଡମ୍ଫର ଓନର୍ସ ୟୁନିଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ସହାୟତା

mahabharatanews

ଏନଏଚ ୪ କଡରେ କାରରେ ହଠାତ୍ ଲାଗିଲା ନିଆଁ

mahabharatanews