ଓଡିଶା

ରାଜ୍ୟରେ ୩ ହଜାର ୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

(ମହାଭାରତ,ଭୁବନେଶ୍ୱର): ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଗୁରୁବାର ଆଉ ୩ ହଜାର ୬୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ହଜାର ୨୧୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିତବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୧୭ ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୧୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
ଗତ କିଛିଦିନ ଧରି ଖୋର୍ଦ୍ଧା ଜିଲ୍ଲା କରୋନାର ହଟସ୍ପଟ ପାଲଟିଥିଲା ବେଳେ ସର୍ବାଧିକ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୭୦, ମୟୁରଭଞ୍ଜରୁ ୩୬୫, ରାୟଗଡାରୁ ୧୧୧, ଗଞ୍ଜାମରୁ ୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୪ ହଜାର ୧୧ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୨୨ରେ ପହଞ୍ଚିଛି ।

 

Related posts

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

mahabharatanews

ମାର୍ଗଶୀର ଅଷ୍ଟମୀ ତିଥିରେ ପୋଢୁଆଁ ହେବେ ମହାପ୍ରଭୁ

mahabharatanews

ପଶ୍ଚମଓଡ଼ିଶା କୋଭିଡ ପରିସ୍ଥିତିକୁ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା

mahabharatanews