(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ବ୍ଲକ କମରେଇ ପଂଚାୟତ ଦେହୁରୀଭୂଇଁ ଗ୍ରାମର ମହେନ୍ଦ୍ର ଦେହୁରୀ(୪୨)ଙ୍କ ଚାଳଛପର ଘରର କାନ୍ଥ ଲଗାଣ ବର୍ଷାରେ ଗତ ଗତ ମଙ୍ଗଳବାର ରାତି ପ୍ରାୟ ଗୋଟାଏ ବେଳେ କାନ୍ଥ ଭୂଷୁଡି ପଡିଥିଲା । ସୈାଭାଗ୍ୟବଶତଃ ୫ପ୍ରାଣୀ କୁଟୁମ୍ବ ବିପଦରୁ ବର୍ତି ଯାଇଥିଲେ । ସେହିଦିନ ଠାରୁ ପରିବାର ଲୋକ ସ୍ଥାନୀୟ ଜୟ ଜଗନ୍ନାଥ କ୍ଲବ୍ ସଭାପତି ବିଜୟ କୁମାର ବେହେରା ଓ ଅନ୍ୟ ସଦସ୍ୟଙ୍କ ସହଯୋଗ କ୍ରମେ କ୍ଲବ୍ ଘରେ ଆଶ୍ରୟ ନେଇଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ତେବେ ତାଳଚେର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଣିହାଁ ତହସିଲଦାର ପତିତପାବନ ଦେବତା ବୁଧବାର ମହେନ୍ଦ୍ରଙ୍କ ପରିବାରକୁ ଭେଟି ଚାଉଳ, ଡାଲି, ତେଲ, ଗୁଡ ଓ ଚୁଡା ପ୍ରଦାନ କରିଥିଲେ । ତହସିଲଦାରଙ୍କ ସାଥୀରେ ଅତିରିକ୍ତ ତହସିଲଦାର ରବିନ୍ଦ୍ର କୁମାର ସାମଲ ଉପସ୍ଥିତ ଥିଲେ । ସେହିପରି ମହେନ୍ଦ୍ରଙ୍କ ସୁବିଧା, ଅସୁବିଧା, ଭଲମନ୍ଦ ବିଷୟରେ ତହସିଲଦାର ଶ୍ରୀ ଦେବତା ପଚାରି ବୁଝିଥିଲେ । ମହେନ୍ଦ୍ରଙ୍କ ଚାଳଛପର ଘର ବୁଲି ଦେଖିବା ପରେ ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘର ପାଇବା ମହେନ୍ଦ୍ରଙ୍କ ପରିବାର ହକ୍ଦାର ବୋଲି ପ୍ରଶାସନ ପକ୍ଷରୁ କର୍ମକର୍ତ୍ତା ମାନେ କହିଛନ୍ତି । ଏଯ।।ବତ୍ ମହେନ୍ଦ୍ରଙ୍କ ସପରିବାର କ୍ଲବ ଘରେ ଆଶ୍ରୟ ନେଇଥିବା ପ୍ରକାଶ ।
