Uncategorized

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋଣ: ୮ ମୃତ

ଚେନ୍ନାଇ: ତାମିଲନାଡୁର ରାଜଧାନୀ ଚେନ୍ନାଇରୁ ୧୯୦ କିମି ଦୂର କୁଡ୍ଡାଲୋରର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ସକାଳେ ତାମିଲନାଡୁ କୁଡ୍ଡାଲୋରରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ବିସ୍ଫୋରଣର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା । ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇ ପୋଲିସ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ସହ ତଦନ୍ତ ଚଳାଇଛି । ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁ ଉପରେ ଆୟତ୍ତ ।
ବିସ୍ଫୋରଣ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । କାରଖାନାରୁ ଏବେ ସୁଦ୍ଧା ୮ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଦୁର୍ଘଟଣାରେ ଅନେକ ଲୋକ ଗମ୍ଭୀର ଆହତ ହୋଇଛନ୍ତି ।

Related posts

ମୁଜାଫରପୁର ଆଶ୍ରମ ଯୌନ କେଳେଙ୍କାରୀ, ରାୟ ଆସନ୍ତା ୧୧ ଯାଏ ସଂରକ୍ଷିତ

mahabharatanews

ସିଏଏ ହିଂସା: ଲୋକଙ୍କଠୁ ୮୮ କୋଟି ଭରଣା କରିବ ରେଳବାଇ

mahabharatanews

ରକ୍ତଚାପ ନିୟନ୍ତ୍ରଣ କରେ କପର୍ ବ୍ରେସଲେଟ୍

mahabharatanews