ଓଡିଶା

ନାଗା ଗୌଡ଼ ହତ୍ୟାକାଣ୍ଡ: ଧରାପଡିଲା ମୁଖ୍ୟ ଅଭିଯୁକ୍ତ

(ରଜନୀକାନ୍ତ ପାତ୍ର/ଆସିକା): ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁ ନୁଆଁ ସାହିର ନାଗା ଗୌଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ଆସିକା ପୋଲିସ୍ । ତେବେ ପୋଲିସ ଆଜି ଏହି ମାମଲାରେ ତିନିଜଣ ଅଭିଯୁକ୍ତକୁ ଗିରଫ କରିଛି । ଏଥିସହ ସେମାନେ ନାଗାକୁ ମାରିବାରେ ଯେଉଁ ମାରଣାସ୍ତ୍ରର ବ୍ୟବହାର କରିଥିଲେ ସେସବୁକୁ ମଧ୍ୟ ଆସିକା ପୋଲିସ୍ ଜବତ କରିଛି ।

ସୁଚନା ଥାଉ କି, ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ନାଗା ଗୌଡକୁ କୋଳି ସାହିର କିଛି ଯୁବକ ସଂଘବଦ୍ଧ ହୋଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଯାହା ଫଳରେ ନାଗାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ତେବେ ପୋଲିସ୍ ଏବେ ଏହି ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମାରଣାସ୍ତ୍ର ସବୁ କୁ ଜବତ କରିଛି ।

Related posts

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ

mahabharatanews

ପଶ୍ଚମଓଡ଼ିଶା କୋଭିଡ ପରିସ୍ଥିତିକୁ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା

mahabharatanews

ପରୀକ୍ଷାର୍ଥୀଙ୍କ ଜୀବନ ସହିତ ସଂଘାତିକ ଖେଳ

mahabharatanews