ଓଡିଶାଶିକ୍ଷା

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର:ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଉଐଝଋ କାର୍ଯ୍ୟାଳୟରେ ବିଓିବଦ୍ଧ ଭାବେ ରେଜଲ୍ଟ ପ୍ରକାଶ ପାଇଲା । ରେଜଲ୍ଟ ଘୋଷଣା କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଉଭୟ ବିଜ୍ଞାନ ଓ ବାଣିଜ୍ୟ ଭଲ ରେଜଲ୍ଟ ହୋଇଛି ।ବିଜ୍ଞାନରେ ପାସ୍ ହାର ୮୩.୯୩ ପ୍ରତିଶତ । ବାଣିଜ୍ୟରେ ପାସ୍ ହାର ୮୧.୧୨ପ୍ରତିଶତ ପାସ ହୋଇଛନ୍ତି । ଚଳିତ ବର୍ଷ ଛାତ୍ର ତୁଲନାରୋ ଛାତ୍ରୀଆଗୁଆ ଅଛନ୍ତି ଅଛନ୍ତି ।ଝିଅଙ୍କ ପାସ ହାର ୮୫.୬୭% ପୁଅଙ୍କ ପାସ ହାର ୮୪.୨୮% ରହିଛି । ନୟାଗଡରେ ସର୍ବାଧିକ ପାସହାର ୯୩.୯% ।ବୌଦ୍ଧରେ ସର୍ବନିମ୍ନ ପାସହାର ୫୫.୫୫% ରହିଛି ।


ବିଜ୍ଞାନରେ ୯୩,୭୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବ ବେଳେ ୭୮,୯୩୮ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ପରୀକ୍ଷା ଫଳ www.orissaresults.nic.in ୱେବସାଇଟ୍ରେ ଉପଲବ୍ଧ ହେବ। ୱେବସାଇଟ୍କୁ ଯାଇ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ। ଏଥି ସହ କଲେଜଗୁଡ଼ିକର ସାମ୍ସ ‘ଇ-ସ୍ପେସ୍’ରେ ପିଲାଙ୍କ ଫଳାଫଳ ଉପଲବ୍ଧ ହେବ ।
ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାଇଥିବା ମାର୍କରୁ ୨୦% ୱେଟେଜ୍(ହାରାହାରି ମାର୍କ) ଓ ଦ୍ୱାଦଶ ପରୀକ୍ଷାର ୮୦% ୱେଟେଜ୍କୁ ନିଆଯାଇ ପିଲାଙ୍କୁ ପ୍ରତ୍ୟେକ ବିଷୟର ମାର୍କ ଦିଆଯାଇଛି। ପିଲାଙ୍କ ତିନୋଟି ଇଣ୍ଟରନାଲ୍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯାଇଛି।

Related posts

୧୦୭ ତମ କୋରେଇ ମୁନସୀ ମେଲଣ ଅନୁଷ୍ଠିତ ହୋଇଯାଇଛି

mahabharatanews

କରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ

mahabharatanews

୨ଘଣ୍ଟା ଅଟକିଲା ଟ୍ରେନ

mahabharatanews