ଓଡିଶା

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧା ମୃତ

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ଅନ୍ତର୍ଗତ ଫରେଷ୍ଟ ବିଟ୍-୨ ହନୁମାନପୁର ପଂଚାୟତ ବୈାଦବେଡା ଗାଁରେ ଦନ୍ତାହାତୀ ଆକ୍ରମଣରେ ଜୈନେକ ବୃଦ୍ଧା ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବୈାଦବେଡା ଗାଁର ଗିନି ଦେହୁରୀ(୬୫) ବୋଲି ଜଣାପଡିଛି । ଏନେଇ କଣିହାଁ ଥାନାରେ ମୃତକଙ୍କ ସମ୍ପର୍କିୟ ଝିଆରୀ କୁନି ଦେହୁରୀ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ, ଗତ କାଲି ବିଳମ୍ବିତ ରାତିରେ ଗିନି ଘରେ ଶୋଇଥିବା ବେଳେ ଏକ ଦନ୍ତାହାତୀ ଘର ଭାଙ୍ଗି ଭିତରକୁ ପଶିଥିଲା । ଶବ୍ଦ ଶୁଣି ପରିବାରର ଜୀବନ ବିକଳରେ ବୃଦ୍ଧା ଜଣକ ପଳେଇଯାଉଥିବା ସମୟରେ ଦନ୍ତାଟି ବୃଦ୍ଧାକୁ କଚାଡି ଦେଇଥିଲା । ଫଳରେ ନିକଟରେ ଥିବା ମାଟି ଗଦା ଉପରେ ପଡି ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ଗ୍ରାମ ଲୋକଙ୍କୁ ନଜଣାଇ ବୃଦ୍ଧାଙ୍କୁ କଣିହାଁ ସିଏଚସିକୁ ବନକର୍ମଚାରୀ ଆଣିଥିଲେ । ଆଜି ସକାଳ ସମୟରେ ଗାଁ ଲୋକ କଣିହାଁ ମେଡିକାଲକୁ ଆସି ବନକର୍ମଚାରୀଙ୍କର ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ । ଯାହା ଫଳରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ତାପରେ ବ୍ଲକ ଅଧକ୍ଷା ନମିତା ସାହୁ, ଉପାଧକ୍ଷ ତ୍ରିପୁରାରୀ ପ୍ରଧାନ, ପ୍ରାକ୍ତନ ସରପଂଚ ବିନୟ ପ୍ରଧାନ, ହନୁମାନପୁର ସରପଂଚ, ରେଂଜର ନିଳମଣି ଦେହୁରୀ, କଣିହାଁ ପୋଲିସ୍ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ନଗଦ ୪୦ହଜାର ଟଙ୍କାର ଏକ ଚେକ୍ ବନବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା । ଖବର ପାଇ କଣିହାଁ ରେଂଜ୍ ଅଧିକାରୀ ନୀଳମଣି ଦେହୁରୀ ମେଡିକାଲରେ ପହଁଚି ହାତୀ ଘୋଉଡାଇବା ପାଇଁ ପ୍ରତିଶୃତି ଦେବା ସହିତ ଶୁଦ୍ଧିକ୍ରିୟା ପାଇଁ କ୍ଷତିପୂରଣ ରାଶି ପ୍ରଦାନ କରିଥିଲେ । ଆବଶ୍ୟକୀୟ କାଗଜପତ୍ର ଦେବାପରେ ସରକାରଙ୍କ ନିୟମ ମୁତାବକ ୩ଲକ୍ଷ ୬୦ହଜାର ରାଶି ମୃତକଙ୍କ ଉତ୍ତରାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ରେଂଜ୍ ଅଧିକାରୀ ଶ୍ରୀ ଦେହୁରୀ କହିଥିଲେ ।

Related posts

ମିଳୁନି ପଶ୍ଚିମବଙ୍ଗର ୩୧ଜଣଙ୍କ ପତ୍ତା

mahabharatanews

ଏହି ମନ୍ଦିରେ ପାଳନ ହୁଏ ‘ନେକେଡ ଫେଷ୍ଟିଭାଲ’

mahabharatanews

ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଅନୁଧ୍ୟାନ

mahabharatanews