ଓଡିଶା

ସାର ନ ମିଳିବାରୁ ପଞ୍ଚାୟତ ଆଗରେ ଚାଷୀଙ୍କ ହରତାଳ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସାର ବସ୍ତା ନ ଆସି କମ୍ ସାର ଆସିଥିବାରୁ ଆଜି ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ହରତାଳ କଲେ ଚାଷୀ। ୫୦୦ରୁ ଉଦ୍ଧ୍ୱର୍ ବସ୍ତା ଆବଶ୍ୟକତା ଥିବା ବେଳେ ମାତ୍ର ୯୦ ବସ୍ତା ସାର ଆସିଥିବା ନେଇ ଉତ୍ତେଜିତ ଚାଷୀ ସାର ବଣ୍ଟନକୁ ବନ୍ଦ କଲେ । ସୁଚନା ଯେ, କାଲିମେଳା ବ୍ଲକ ଲୁଗେଲ ଗ୍ରାମ ପଞ୍ଚାୟତରେ ୫୦୦ ରୁ ଅଧିକ ଚାଷୀ ଆଜି ଭୋର ୫ଟାରୁ ସାର ପାଇଁ ଧାଡ଼ିକରି ପଂଚାୟତ ସମ୍ମୁଖରେ ଅପେକ୍ଷା କରିଥିଲେ । କିନ୍ତୁ ଗୋଟିଏ ଗାଡି ଯୋଗେ ମାତ୍ର ୯୦ ବସ୍ତା ସାର ବଣ୍ଟନ ପାଇଁ ଆସିଥିଲା। ଯାହା ସମୁଦ୍ରକୁ ଶଙ୍ଖେ ପରି। ଏହାକୁ ଦେଖି ଚାଷୀ ମାନେ ସାର ବଣ୍ଟନକୁ ବିରୋଧ କରିଥିଲେ । ଲୁଗେଲ ପଞ୍ଚାୟତର ସରପଞ୍ଚ ଲଷ୍ମୀ ସୋଡି ଚାଷୀଙ୍କ ସମସ୍ୟାକୁ ସମର୍ଥନ ଜଣାଇଥିଲେ । ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ସହ ଅଧିକ ସଂଖ୍ୟକ ସାର ପାଇଁ ଦାବି କରିଛନ୍ତି ସରପଞ୍ଚଙ୍କ ସମେତ ପଞ୍ଚାୟତର ଶତାଧିକ ଚାଷୀ। କରୋନା ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେସାରର ଅଭାବ ଚାଷୀଙ୍କୁ ଆହୁରି ଚିନ୍ତାରେ ପକାଇ ଦେଇଛି। ଯଥା ଶୀଘ୍ର ଆବଶ୍ୟକ ଅନୁଯାୟୀ ସାର ଯୋଗେଇ ନଦେଲେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଆସି ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Related posts

ଅସୁସ୍ଥ ଅଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

mahabharatanews

ବାଲୁକାକଳା ମାଧ୍ୟମରେ ତମାଖୁ ବର୍ଜନ ବାର୍ତ୍ତା

mahabharatanews

ଦୁଇ ଦିନ ପାଇଁ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା

mahabharatanews