ଓଡିଶା

ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ପୁରୀରେ ବଡ଼ ପ୍ରସ୍ତୁତି, ଆକ୍ସନ ମୋଡ୍‌ରେ ପ୍ରଶାସନ

ପୁରୀଠାରେ ରଥଯାତ୍ରା ୨୦୨୬ ପାଇଁ ସୁରକ୍ଷା, ଟ୍ରାଫିକ ଏବଂ ସାମଗ୍ରିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ର। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ , ଏଡିଜି ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଓଡ଼ିଶା ପୋଲିସ ମଧ୍ୟାଞ୍ଚଳ ଆଇଜି ଡକ୍ଟର ସତ୍ୟଜିତ ନାଏକଙ୍କ ସମେତ ପୋଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ବୈଠକରେ ପବିତ୍ର ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ରଥଯାତ୍ରାକୁ କିଭଳି ସୁରକ୍ଷିତ, ବ୍ୟବସ୍ଥିତ ଏବଂ ଶାନ୍ତିଶୃଙ୍ଖଳାର ସହ ସମାପନ କରାଯାଇପାରିବ, ସେନେଇ ଆଲୋଚନା ହୋଇଥିଲା। ବିଶେଷ କରି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା, କାର୍ଯ୍ୟକ୍ଷମ ପ୍ରସ୍ତୁତି, ଭିଡ଼ ନିୟନ୍ତ୍ରଣ (ଜନଗହଳି ବ୍ୟବସ୍ଥାପନା), ଟ୍ରାଫିକ ନିୟମାବଳୀ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା।

ସମସ୍ତ ସଂଶ୍ଳିଷ୍ଟ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଶ୍ରଦ୍ଧାଳୁମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପ୍ରତ୍ୟେକ ବ୍ୟବସ୍ଥାକୁ ଅତି ସୂକ୍ଷ୍ମ ଓ ସତର୍କତାର ସହ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

Related posts

କଲବଲ କରୁଛି ଥଣ୍ଡା

mahabharatanews

ଏୟାରପୋର୍ଟ ଉନ୍ନତିକରଣ ପାଇଁ ଉଚ୍ଛେଦ

mahabharatanews

ବିଦ୍ୟାଳୟ ପକ୍ଷରୁ ଶକ୍ତି ସଂରକ୍ଷଣ ଦିବସ ପାଳିତ

mahabharatanews