ଓଡିଶା

ଆଇନଜୀବୀ ପ୍ରଫୁଲ ନାଏକ ବିଏସପି ପାର୍ଟିର ଜିଲ୍ଲା ସଭାପତି

(ଜ୍ୟୋତିରଂଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ କମରେଇ ପଂଚାୟତ ନକନକା ଗାଁର ପ୍ରଫୁଲ ନାଏକଙ୍କୁ ବହୁଜନ ସମାଜବାଦୀ ପାର୍ଟିର ଅନୁଗୋଳ ଜିଲ୍ଲା ସଭାପତି ଭାବରେ କେନ୍ଦ୍ରୀୟ ଟିମ୍ ଘୋଷଣା କରିଛି । ଏନେଇ କଣିହାଁ ତଥା ତାଳଚେର ଅଂଚଳର ବିଭିନ୍ନ ସାମାଜିକ ସଂଗଠନ, ବୃଦ୍ଧିଜୀବୀମାନଙ୍କ ପକ୍ଷରୁ ନବନିର୍ବାଚିତ ସଭାପତି ପ୍ରଫୁଲଙ୍କୁ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀମାନେ ଶୁଭେଛା ଜଣାଇଛନ୍ତି । ପ୍ରଫୁଲ ଏକାଧାରରେ ଜଣେ ସୁସଂଗଠକ, ଦକ୍ଷ ରାଜନେତା ସହିତ ଏକାଧିକ ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନର ଆଇନ ପରାମର୍ଶଦାତା ଏବଂ ପେଷାରେ ଜଣେ ବିରଷ୍ଠ ଆଇନ୍ଜୀବୀ ଭାବରେ କଣିହାଁ ବ୍ଲକ ଅଂଚଳରେ ବେଶ୍ ଜଣାସୁଣା । ସୂଚନାରୁ ପ୍ରକାଶ ଯେ, ରାଜ୍ୟ ବିଏସ୍ପି ସଭାପତି ଟଙ୍କଧର ବାଗଙ୍କ ସଂଯୋଜନାରେ ରାଜ୍ୟ ବିଏସ୍ପି ଅଫିସ୍ ଠାରେ ଆୟୋଜିତ ବୈଠକରେ ପ୍ରଫୁଲଙ୍କୁ ଏହି ଦାୟିତ୍ୱ ମିଳିଛି । ବିଏସ୍ପି ପାର୍ଟିର ଓଡିଶା ପ୍ରଭାରୀ ତଥା ରାଷ୍ଟ୍ରିୟ ନେତା ଧର୍ମବୀର ଅଶୋକ ଆଇନ୍ଜୀବୀ ପ୍ରଫୁଲଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ସମ୍ବିଧାନ ସୂରକ୍ଷା, ବିସ୍ଥାପିତ ପରିବାରଙ୍କ ହକ୍ ପାଇଁ ସଂଗ୍ରାମ, ପରିବେଶ ସୂରକ୍ଷା, ମୈାଳିକ ଅଧିକାର ପ୍ରତି ବିଶେଷ ଦୃଷ୍ଟି ଦେବେ ବୋଲି ପ୍ରଫୁଲ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

Related posts

୫୦ ବସ୍ତା କୋଇଲା ଜବତ, ୧ ଗିରଫ

mahabharatanews

ସଟଡାଉନ ବେଳେ ଅସୁସ୍ଥ ଗାଈର ଚିକିତ୍ସା କଲେ ଗୃହରକ୍ଷୀ

mahabharatanews

ସଂଗରୋଧ କେନ୍ଦ୍ରରେ ଅସୁସ୍ଥ ହୋଇଥିବା ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

mahabharatanews