ଓଡିଶା

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ ନଷ୍ଟ

ରାଉରକେଲା: ରାଉରକେଲାର ଉଦିତନଗରରେ ଏକ ଭୟାବହ ଅଗ୍ନିକାଣ୍ଡ । ଉଦିତନଗର ପଡିଆରେ ସ୍ୱରେଜ କାମ ପାଇଁ ଥିବା ପ୍ଲାଷ୍ଟିକ ପାଇପରେ ନିଆଁ ଲାଗି ଯାଇଛି । ନିଆଁରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ ପୋଡି ନଷ୍ଟ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କିପରି ନିଆଁ ଲାଗିଲା ତାର କାରଣ ଜଣାପଡି ନାହିଁ ।
ଉଦିତନଗରରେ ସ୍ବରେଜ କାମ ଚାଲିଛି । କମ ପାଇଁ ଆସିଥିବା ପାଇପ ସବୁକୁ ଉଦିତନଗର ପଡିଆରେ ଗଚ୍ଛିତ କରାଯାଇଛି । କିନ୍ତୁ ଆଜି ଏହି ପାଇପରେ କେମିତି ନିଆଁ ଲାଗି ଯାଇଥିଲା । ପ୍ଲାଷ୍ଟିକ ପୋଡିବା ଗନ୍ଧ ଓ ଧୂଆଁ ସହ ନିଆଁ ଉଠିବାରୁ ଲୋକେ ଏହା ଜାଣି ପରିଥିଲେ । ଅଳ୍ପ ସମୟରେ ନିଆଁରେ ପାଇପ ସବୁ ଜଳିବାରେ ଲାଗିଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ୩ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ନିଆଁରେ ଲକ୍ଷଲକ୍ଷ ଟଙ୍କାର ପାଇପ ପୋଡି ନଷ୍ଟ ହୋଇଥିବା ବେଳେ କିପରି ନିଆଁ ଲାଗିତା ତାହା ଜଣାପଡି ନାହିଁ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

SR

Related posts

ରାଜ୍ୟରେ ଆଉ ୩ କରେ।ନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟ ୧୭୩

mahabharatanews

କଟକ ଏସ୍ପିଙ୍କୁ ଓଏଚ୍ଆସିଙ୍କ ରିପୋର୍ଟ ତଲବ

mahabharatanews

୧୦ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ପ୍ରକାଶ

mahabharatanews