ଓଡିଶା

ପରୀକୁ ନ୍ୟାୟ ଓ ଶିଶୁ ଅତ୍ୟାଚାର ରୋକିବା ଦାବିରେ ଜିଲ୍ଲା କଂଗ୍ରେସର ଧାରଣା

(ଜୟନ୍ତ କୁମାର ସେଠୀ/ପୁରୀ): ନୟାଗଡ ଜିଲ୍ଲା ଯଦୁପୁରର କୁନିଝିଅ ‘ପରୀ’ ହତ୍ୟାକାଣ୍ଡକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିପରି ରାଜ୍ୟରେ ଶିଶୁ ଅପହରଣ ଓ ହତ୍ୟାକାଣ୍ଡ ଦିନକୁ ଦିନ ବଢୁଛି । ରାଜ୍ୟ ସରକାର ଏନେଇ କୌଣସି କଠୋର ନିୟମ ଆଣି ନଥିବାରୁ କଂଗ୍ରେସ ପ୍ରତିବାଦ କରିଛି । ପରୀକୁ ନ୍ୟାୟ ପ୍ରଦାନ ଓ ଶିଶୁମାନଙ୍କ ଉପରେ ଅତ୍ୟାଚାରକୁ ରୋକିବା ଦାବିରେ ଆଜି ଜିଲ୍ଲା କଂଗ୍ରେସ ପୂରୀ ଏସପିଙ୍କ ଅଫିସ ଆଗରେ ଧାରଣା ଦେଇଥିଲା । ରାଜ୍ୟରେ ଶିଶୁ ସୁରକ୍ଷା ଦିଗରେ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁ ଶିଶୁ ଅତ୍ୟାଚାର ବଢୁଥିବା କଂଗ୍ରେସ ଅଭିଯୋଗ କରିଛି । ଶିଶୁଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ତତ୍ପରତା ନ ଦେଖାଇଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

Related posts

ମାଲକାନଗିରିରେ ଓଡ଼ିଶା ଜୀବିକା ମିଶନର ‘ମୋ ପୃଷ୍ଟି ବଗିଚା’ କାର୍ଯ୍ୟକ୍ରମ

mahabharatanews

ପିଏମ ହାଇସ୍କୁଲରେ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ୩୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

mahabharatanews

 ପାଣ୍ଡାମିକ କାଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଖାଦେଇଛି ବହୁ ସମସ୍ୟା: ସର୍ଭେ

mahabharatanews