ଓଡିଶା

ଆଇଏଏସ ସ୍ତରରେ ଅଦଳବଦଳ: ୪ ଜିଲ୍ଲାପାଳଙ୍କୁ ନୂଆ ଦାୟିତ୍ୱ

(ଶ୍ରୀହର୍ଷ ମିଶ୍ର/ଭୁବନେଶ୍ୱର): କରୋନା ମହାମାରୀ ମୁକାବିଲା ମଧ୍ୟରେ ରାଜ୍ୟ ସରକାର ବୁଧବାର ୪ ଜିଲ୍ଲାର ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ୧୨ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କ ବଦଳି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରଜାଶିତ ବିଜ୍ଞପ୍ତି ଅନୁଯାୟୀ, ଯାଜପୁର, ଅନୁଗୁଳ, ନୁଆପଡା ଓ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ଯାଜପୁର ଜିଲ୍ଲା ରଞ୍ଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ବଦଳି କରାଯାଇଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଅରବିନ୍ଦ ଡାକୁଆଙ୍କୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଏବଂ ନୁଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳସମ୍ପଦ ବିଭାଗ ଉପସଚିବ ଭାବେ ବଦଳି କରାଯାଇଛି । ସେହିପରି ମୟୁରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଲ ରଣାଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ବ୍ରହ୍ମପୁର ମହାନଗର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଓ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ସେହିପରି ସହଦେବ ସିଂହଙ୍କୁ ନୁଆପଡା ଜିଲ୍ଲାପାଳ, ଅନୁଗୁଳ ଜିଲ୍ଲାପାଳ ଓଏଏସ ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଇଏଏସ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧଙ୍କୁ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଗୁଣୁପୁର ଉପଜିଲ୍ଲାପାଳ ଆଇଏଏସ ସିଦେ୍ଧଶ୍ୱର ବଳିରାମ ବୋନ୍ଦରଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର, ଗଞ୍ଜାମରେ କୋଭିଡ ପରିଚାଳନା ପାଇଁ ଓଏସଡି ଭାବେ ନିଯୁକ୍ତି ପାଇଥିବା ଆଇଏଏସ ଭି. କୀର୍ତ୍ତି ଭାସନଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଗଜପତିରେ କୋଭିଡ ପରିଚାଳନା ପାଇଁ ଓଏସଡି ଭାବେ ନିଯୁକ୍ତି ପାଇଥିବା ଆଇଏଏସ ଜେ. ସୋନାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

Related posts

୧୫ରେ ଓଡିଶା ଆସିବେ ରାହୁଲ ଗାନ୍ଧି

mahabharatanews

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

mahabharatanews

ଆସନ୍ତା ୧୩ ତାରିଖ ଠାରୁ ଶନିବାର ଓ ରବିବାର ଦିନ ବିନା ବିରତିରେ ଖୋଲା ରହିବ ବିଡିଏ ଅଧୀନ ସମସ୍ତ ପାର୍କ

mahabharatanews