ଓଡିଶା

ଗ୍ରୀଷ୍ମ ପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର)  : ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ୧୮ରୁ ୨୦ ତାରିଖ ମଧ୍ୟରେ ଶିଖର ଛୁଇଁପାରେ ଗ୍ରୀଷ୍ମଲହରୀ। କିଛି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ଆକଳନ ହୋଇଛି । ସେଥିପାଇଁ ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଓ ଉଷ୍ମ-ଆଦ୍ର ସ୍ଥିତି ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ସୂଚନାନୁଯାୟୀ , ତାପମାତ୍ରା ବଢ଼ିବା ନେଇ ଆକଳନ କଲା ପାଣିପାଗ ବିଭାଗ। ମଙ୍ଗଳବାର ରାଜ୍ୟର ୨୯ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୧୮ ସହରରେ ୪୧ ଡ଼ିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ୪୩.୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ।

Related posts

୨ କେଜି ୪୦୨ ଗ୍ରାମର ବ୍ରାଉନ ସୁଗାର ଜବତ

mahabharatanews

୪ ସେପ୍ଟେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟର ପରିଚାଳନା କରିବେ ମହିଳା ଏସଏଚଜି

mahabharatanews

ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ, ୨ ମାଓବାଦୀ ମୃତ

mahabharatanews