ଓଡିଶା

କେନ୍ଦ୍ରୀୟ ଡେପୁଟେସନରୁ ଫେରିବେ ୨ ଆଇପିଏସ

(ଆଦର୍ଶ ରାଉତ/ମହାଭାରତ): ବରିଷ୍ଠ ଆଇପିଏସ ତଥା ଭୂବନେଶ୍ୱରର ପୂର୍ବତନ ଡିସିପି ହିମାଂଶୁ ଲାଲଙ୍କ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ଆର ଏ ଡବ୍ଲୁ)ରେ ହୋଇଥିବା ନିଯୁକ୍ତିକୁ ବାତିଲ କଲେ କେନ୍ଦ୍ର ସରକାର । ଏହାପଛରେ ଥିବା କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ଗତ ଜୁନ ୪ ତାରିଖ ଦିନ ହିମାଂଶୂଙ୍କ କେନ୍ଦ୍ରୀୟ ଡେପୁଟେସନରେ ଯିବା ନେଇ ବିଜ୍ଞପ୍ତି ଜାରି ହୋଇଥିଲା । ସେହିପରି ଭାବେ ୨୦୦୮ ବ୍ୟାଚର ଆଇପିଏସ ଅଫିସର ସତ୍ୟଜିତ ନାଏକ ଗତବର୍ଷ ଫେବୃଆରୀରୁ ୪ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । କିନ୍ତୁ କାର୍ଯ୍ୟକାଳ ପୁରିବା ଆଗରୁ ତାଙ୍କୁ ଓଡ଼ିଶା ବଦଳି କରାଯାଇଛି । ଏହି ୨ଟି ବଦଳିର କାରଣ ଏଯାଏ ଜଣାପଡିନାହିଁ ।

Related posts

ରାହୁଲଙ୍କୁ ସ୍ୱାମୀ ଚକ୍ରପାଣିଙ୍କ କଟାକ୍ଷ

mahabharatanews

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଆସନ୍ତା କାଲି ପ୍ରକାଶ ପାଇବ +୨କଳା ଏବଂ ଧନ୍ଦାମୂଳକ ରେଜଲ୍ଟ

mahabharatanews