ଓଡିଶା

କେନ୍ଦ୍ରୀୟ ଡେପୁଟେସନରୁ ଫେରିବେ ୨ ଆଇପିଏସ

(ଆଦର୍ଶ ରାଉତ/ମହାଭାରତ): ବରିଷ୍ଠ ଆଇପିଏସ ତଥା ଭୂବନେଶ୍ୱରର ପୂର୍ବତନ ଡିସିପି ହିମାଂଶୁ ଲାଲଙ୍କ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ଆର ଏ ଡବ୍ଲୁ)ରେ ହୋଇଥିବା ନିଯୁକ୍ତିକୁ ବାତିଲ କଲେ କେନ୍ଦ୍ର ସରକାର । ଏହାପଛରେ ଥିବା କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ଗତ ଜୁନ ୪ ତାରିଖ ଦିନ ହିମାଂଶୂଙ୍କ କେନ୍ଦ୍ରୀୟ ଡେପୁଟେସନରେ ଯିବା ନେଇ ବିଜ୍ଞପ୍ତି ଜାରି ହୋଇଥିଲା । ସେହିପରି ଭାବେ ୨୦୦୮ ବ୍ୟାଚର ଆଇପିଏସ ଅଫିସର ସତ୍ୟଜିତ ନାଏକ ଗତବର୍ଷ ଫେବୃଆରୀରୁ ୪ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । କିନ୍ତୁ କାର୍ଯ୍ୟକାଳ ପୁରିବା ଆଗରୁ ତାଙ୍କୁ ଓଡ଼ିଶା ବଦଳି କରାଯାଇଛି । ଏହି ୨ଟି ବଦଳିର କାରଣ ଏଯାଏ ଜଣାପଡିନାହିଁ ।

Related posts

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଡିଲରଙ୍କୁ ଆଳୁ ପ୍ରଦାନ

mahabharatanews

କରୋନା ମୁକାବିଲା ପାଇଁ ଅସହାୟ ଚାଷୀମାନଙ୍କୁ ସହାୟତା

mahabharatanews

ଓଏଲଏମ ମଞ୍ଚ ପକ୍ଷରୁ ସାତଶଙ୍ଖ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫେଇ

mahabharatanews