ଓଡିଶା

ଜମି କେଳେଙ୍ଗାରୀ: କାହାର ସ୍ୱାର୍ଥରେ ଚାଲିଛି ଜମିବିକ୍ରି

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ହିଞ୍ଜିଳି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁଙ୍କ ମନ୍ଦିର ଜମି ବିକ୍ରି ପ୍ରସଙ୍ଗ ସରଗରମ ହୋଇ ରାଜନୀତି ଚାଲିଛି ଛକା ପଞ୍ଝା । ଗ୍ରାମର କିଛି ବ୍ୟକ୍ତି ଜାଲିଆତି, ଚଞ୍ଚକତା ପୂର୍ଣ୍ଣ ତଥା ସର୍ବ ସାଧାରଣଙ୍କ ଅଗୋଚରରେ ତରବରିଆ ଭାବେ ବିକ୍ରି କରିବା ମସୁଧା ଚଳାଇ ଥିବା ଅଭିଯୋଗ କରି ପୂର୍ବତନ ଉପ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ସ୍ଥାନୀୟ ଉପ ନିବନ୍ଧକଙ୍କ ଠାରେ ବିକ୍ରି ଦଲିଲ ରଦ୍ଦ କରିବା ପାଇଁ ନିବେଦନ କରିଥିଲେ । ନଚେତ କାର୍ୟ୍ୟାଳୟ ସମ୍ମୁଖରେ ଗୁରୁବାର ଆମରଣ ଅନଶନ ପାଇଁ ସେମାନେ ଚେତାବନୀ ଦେଇଥିଲେ । ପରେ ଏନେଇ କାର୍ୟ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୨୪୨/୦୮-୦୯-୨୦ ଅନୁସାରେ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଆବେଦନକାରୀ ଜିଦ୍ ରୁ ଓହରି ଯାଇଥିଲେ । ବିରୋଧୀ ଗୋଷ୍ଠୀର କଣ୍ଟ ପୂରଣ ହେବା ପରେ ଏହାକୁ ବିରୋଧ କରି ଗୁରୁବାର ଗ୍ରାମର ଆଉ କିଛି ବ୍ୟକ୍ତି ଏକତ୍ରିତ ହୋଇ ପୂର୍ବାହ୍ନରେ ପୁଣି ଜମି ବିକ୍ରି ସପକ୍ଷରେ ଉପ ନିବନ୍ଧକଙ୍କ ଠାରେ ଫେରାଦ ହୋଇଥିବା ଜଣାପଡିଛି ।

ସେମାନେ ଅଭିଯୋଗ କରିଛନ୍ତି ଯେ ରାଧାକୃଷ୍ଣ ମହାପ୍ରଭୁଙ୍କ ବହୁ ଜମି ଚାଷ ନହୋଇ ଅନାଦେୟ ଭାବେ ପଡି ରହିଥିବା ବେଳେ ମନ୍ଦିରରେ ପାରମ୍ପରିକ ଯାନୀ ଯାତ୍ରା ସହ ପୂଜାର୍ଚ୍ଚନାରେ ଘୋର ଅଭାବ ଅସୁବିଧା ଦେଖା ଦେଇଥିଲା । ଏଣୁ ମନ୍ଦିରର ଏଭଳି ପରିସ୍ଥିତି ସମ୍ପର୍କରେ ଓଡିଶା ସରକାରଙ୍କ ଏବଂ ଆଇନ ବିଭାଗ କମିଶନରଙ୍କ ନିଷ୍ପତ୍ତି ଏବଂ ତତସଂଲଗ୍ନ ଆଦେଶ ପ୍ରକାରେ ବିଭାଗୀୟ ନିରୀକ୍ଷକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ନିଲାମ ପ୍ରକ୍ରିୟା ହୋଇଥିବା ଜଣାପଡିଛି । ଏଥିରେ ସର୍ବୋଚ୍ଚ ନିଲାମ ଧାରୀଙ୍କ ସପକ୍ଷରେ ଦଲିଲ ରେଜିଷ୍ଟ୍ରେସନ ହୋଇଛି ବୋଲି ସେମାନେ କହିଛନ୍ତି । ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ନିଷ୍ପତ୍ତି ପ୍ରତି ସେମାନେ ସମ୍ମାନ ଜଣାଇଛନ୍ତି । ଏଥିପାଇଁ କିଛି ଜମି ଦଲାଲ ଏବଂ ସହଯୋଗୀ ସରକାରଙ୍କ ନିଷ୍ପତ୍ତି ଏବଂ କାର୍ୟ୍ୟଶୈଳୀ ଉପରେ ବିରୋଧାଭାସ ସୃଷ୍ଟି କରି ଜନମତ ବିଭ୍ରାନ୍ତ କରିବାରେ ପ୍ରଚେଷ୍ଟା ଜାରି ରଖି ମନ୍ଦିର ପରିଚାଳନା ରେ ଅନ୍ତରାୟ ସୃଷ୍ଟି କରୁଥିବା ଦୋଷାରୋପ କରିଛନ୍ତି । ଏଣୁ ରାଧାକୃଷ୍ଣଙ୍କ ଜମି ବିକ୍ରି ଏବଂ ମନ୍ଦିର ସୁପରିଚାଳନା ସମ୍ପର୍କରେ ଏକ ନିବେଦନ ପତ୍ର ଉପ ନିବନ୍ଧକ ଦେବରାଜ ପାତ୍ରଙ୍କୁ ପ୍ରଦାନ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ସକାଶେ ଭାଜରାମ ସାବତ, ସୁନାରାମ ସାବତ,ବିଷ୍ଣୁ ପ୍ରସାଦ ପଣ୍ଡା, ଜଗନ୍ନାଥ ପାଠୀ, ଲଡୁ କିଶୋର ବିଶ୍ୱାସରାୟ,କହ୍ନେୟାଲାଲ ସାବତ ପ୍ରମୁଖ ଙ୍କ ସମେତ ଗ୍ରାମବାସୀ ଲିଖିତ ନିବେଦନ କରିଛନ୍ତି।

Related posts

ଆଜିଠୁ ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews

ଗୋଲାମୁଣ୍ଡାରେ ବ୍ଲକସ୍ତରୀୟ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ   

mahabharatanews

କଲ୍ୟାଣସିଂହପୁରରେ ସିଆରପିଏଫ ଯବାନଙ୍କ ଜନସମ୍ପର୍କ ମେଳା

mahabharatanews