ଓଡିଶା

ବନ୍ୟା ପ୍ରପୀଡିତଙ୍କ ପାଇଁ ୩ ଶହ କୋଟି ଟଙ୍କାର ପ୍ୟାକେଜ୍

(ମହାଭାରତ/ଭୁବନେଶ୍ବର): ସମ୍ପ୍ରତି ବନ୍ୟାରେ ପ୍ରଭାବିତ ଚାଷୀଙ୍କ ଜୀବିକା ନିର୍ବାହ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ତିନି ଶହ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ବିଭିନ୍ନ ଜିଲ୍ଲାରେ ଅଗଷ୍ଟ ମାସରେ ହୋଇଥିବା ଲଘୁଚାପ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ୍ଥିଲା । ଯାହା ଫଳରେ ଅଧିକାଂଶ ଚାଷୀଙ୍କ ଚାଷ ଜମିରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ତେବେ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବନ୍ୟା ପ୍ୟାକେଜ ଘୋଷଣା କରିଛନ୍ତି । ତେବେ ଏହି ପ୍ୟାକେଜ୍ ଦ୍ୱାରା ୩୩ ପ୍ରତିଶତ ଫସଲ କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ । ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କାର ଇନପୁଟ୍ ରିଆତି ପ୍ରଦାନ କରାଯିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କାର ଇନପୁଟ୍ ରିଆତି ଦିଆଯିବା ବେଳେ ବାରମାସୀ ଫସଲ ପାଇଁ ୧୮,୦୦୦ ଟଙ୍କାର ଇନପୁଟ୍ ରିଆତି ପ୍ରଦାନ କରାଯିବ । ତେବେ ଏହି ବାରମାସୀ ଫସଲ ମଧ୍ୟରେ ଆମ୍ବ, କାଜୁ , ନଡିଆ, ପାନବରଜ ଆଦି ଅନ୍ତର୍ଭୁକ୍ତ ରହିଛି । ବାରମାସୀ ଫସଲ ପାଇଁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟାନ୍ୟ ଫସଲ ନିମନ୍ତେ ୧୦୦୦ ଟଙ୍କାରୁ କମ୍ ହେବ ନାହିଁ । ସବୁ ସହାୟତା କେବଳ ପ୍ରକୃତ ଚାଷୀଙ୍କୁ ହିଁ ଦିଆଯିବ ।

ସେହିପରି ବନ୍ୟା ପ୍ରଭାବିତ ଚାଷୀଙ୍କୁ ଆସନ୍ତା ରବି ଋତୁରେ ୨୦,୦୦୦ ଟଙ୍କା ଡାଲି ବିହନ ମିନିକଟ୍ ଯୋଗାଯିବ । ଏଥିସହ ୨ ହଜାର ଚାଷୀଙ୍କୁ ୫୦ ପ୍ରତିଶତ ସବସିଡି ପାଣିପମ୍ପ ଯୋଗାଯିବ । ସେହିପରି ୫୦ ପ୍ରତିଶତ ସବସିଡିରେ ୫ ହଜାର ପାୱାର ସ୍ପ୍ରେ ଯୋଗାଇ ଦିଆଯିବ । ଏଥିରେ ବ୍ୟାଟେରିଚାଳିତ ପାୱାର ସ୍ପ୍ରେ ପାଇଁ ୩,୦୦୦ ଏବଂ ହାତ ଚାଳିତ ପାୱାର ସ୍ପ୍ରେ ପାଇଁ ୬୦୦ ଟଙ୍କା ଲେଖାଏଁ ଦିଆଯିବ । ୧ ଲକ୍ଷ ଚୀଷୀ ପରିବାରକୁ ପନିପରିବା କିଟ୍ ଦିଆଯିବ ଏବଂ ପ୍ରତ୍ୟେକ କିଟ୍ ର ମୁଲ୍ୟ ୧୩୦ ଟଙ୍କା ରଖାଯାଇଛି । ଏହାସହିତ ଛତୁ ଚାଷୀଙ୍କୁ ନିଜର କ୍ଷତିଗ୍ରସ୍ତ ଚାଷ ପାଇଁ ୟୁନିଟ୍ ପିଛା ୫୦୦ ଟଙ୍କା ଯୋଗାଯିବ ।

Related posts

ଓଡିଶା ଜୀବିକା ମିଶନ ପକ୍ଷରୁ କୋଭିଡି-୧୯ ଋଣ ପ୍ରଦାନ

mahabharatanews

୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

mahabharatanews

ବୃଦ୍ଧି ପାଉଛି ହାତୀ ଆକ୍ରମଣ; ଜଣେ ପୂଜାରୀ ମୃତ

mahabharatanews