ଓଡିଶାଦୁର୍ଘଟଣା

ଭାରସାମ୍ୟ ହରାଇ ବୁଡିଗଲା ଡଙ୍ଗା, ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ

ଭୁବନେଶ୍ୱର : ଭାରସାମ୍ୟ ହରାଇ ବୁଡିଗଲା ଡଙ୍ଗା, ମହିଳା ମୃତ ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାର ବାଲିମେଳା ଜଳଭଣ୍ଡାରରେ। ମୃତକ ଜଣକ ହେଲେ ମୋତି ଗୋଲାରୀ। ସୂଚନାନୁସାରେ , ଅର୍ଜୁନ ଗୋଲାରୀ ଓ ତାଙ୍କ ପତ୍ନୀ ମୋତି ଦେଶୀ ଡଙ୍ଗା ସାହାଯ୍ୟରେ ଧାକଡ଼ପଦରରୁ ଯନ୍ତରୀ ଗାଁକୁ ଫେରୁଥିଲେ। ଅର୍ଜୁନ ନିଜେ ଡଙ୍ଗା ଚଲାଉଥିଲେ। ହଠାତ୍ ବାଲିମେଳା ଭଣ୍ଡାରରେ ଡଙ୍ଗାଟି ଯାଉଥିବା ବେଳେ ଝଡ଼ତୋଫାନ ମାଡ଼ି ଆସିଥିଲା।

ଡଙ୍ଗା ଭିତରେ ପାଣି ପଶିଯାଇଥିଲା। ଶେଷରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ମୋତି ନିଖୋଜ ହୋଇଯାଇଥିଲା ବେଳେ ଅର୍ଜୁନ ପହଁରି ପହଁରି ଆସି କୂଳରେ ଲାଗିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି । ବାରମ୍ବାର ସରକାର ତାଗିଦ କରିବା ସତ୍ୱେ ବି ଲୋକମାନଙ୍କର ଅସାଵଧାନ ହେତୁ ଚାଲିଗଲାଣି ବହୁତ ମୂଲ୍ୟବାନ ଜୀବନ ।

Related posts

ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ନାବାଳିକାକୁ କଚାଡି ମାରିଲା ହାତୀ

mahabharatanews

୧୫ ସୁଦ୍ଧା ଶ୍ରୀମନ୍ଦିର କାମ ସାରିବାକୁ ନିର୍ଦେଶ ଦେଲେ ଭି କେ ପାଣ୍ଡିଆନ୍ 

mahabharatanews