ରାଜନୀତି

ଚେଲ୍ଲାକୁମାର ଓଡ଼ିଶା କଂଗ୍ରେସର ନୂତନ ପ୍ରଭାରୀ ନିଯୁକ୍ତ

(ନୂଆଦିଲ୍ଲୀ): ଓଡ଼ିଶା କଂଗ୍ରେସର ନୂତନ ପ୍ରଭାରୀ ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଡକ୍ଟର ଏ ଚେଲ୍ଲାକୁମାରଙ୍କୁ ନିଯୁକ୍ତି ମିଳିଛି। ଏନେଇ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଡକ୍ଟର ଚେଲ୍ଲାକୁମାର ଗୋଆ କଂଗ୍ରେସ ସଂଗଠନ ଦାୟିତ୍ୱରେ ରହିଥିଲେ। ପୂର୍ବରୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ତୁଲାଉଥିବା ଜିତେନ୍ଦ୍ର ସିଂଙ୍କୁ ଆସାମ କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁର ରାଜ୍ୟର କଂଗ୍ରେସ ପ୍ରଭାରୀ ଦାୟିତ୍ୱ ମିଳିଛି। ଏଥିସହ ଅଖିଳ ଭାରତ କଂଗ୍ରେସ କାର୍ୟ୍ୟକାରୀ କମିଟିର ୨୬ ଜଣିଆ ସ୍ଥାୟୀ ନିମନ୍ତ୍ରିତ ସଭ୍ୟ ତାଲିକାରେ ଭକ୍ତ ଚରଣ ଦାସଙ୍କୁ ସ୍ଥାନ ମିଳିଛି। ଏଆଇସିସି ଅଦଳବଦଳ ପ୍ରକ୍ରିୟାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବରୁ ତେଲେଙ୍ଗାନା କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ରହିଥିବା ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ଦଳ ଦାୟିତ୍ୱରୁ ବାଦ୍ ଦେଇଛି। ଦକ୍ଷ ସଂଗଠକ ଭାବେ ଜଣାଶୁଣା ଡକ୍ଟର ଚେଲ୍ଲାକୁମାରଙ୍କୁ ୨୦୧୭ରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ସ୍ଥାନରେ ଗୋଆ କଂଗ୍ରେସ ପ୍ରଭାରୀ ଦାୟିତ୍ୱ ମିଳିଥିଲା। ସାଂସଦ ଓ ବିଧାୟକ ଭାବେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି।

Related posts

ବଦଳିବ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ!

mahabharatanews

ସୋରେନଙ୍କ ଶପଥ ଗ୍ରହଣ ପୁର୍ବରୁ ମାଓବାଦୀଙ୍କ ବିସ୍ଫୋରଣ

mahabharatanews

ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ

mahabharatanews