ଓଡିଶା

କୋଭିଡ ହସପିଟାଲରେ ଭର୍ତ୍ତି ହେଲେ ହସ୍ତତନ୍ତ ମନ୍ତ୍ରୀ

(ମହାଭାରତ, ଭୁବନେଶ୍ୱର):ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ ଆଜି ଜୟପୁରର କୋଭିଡ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହେବା ପରେ ସେ ହୋମ କ୍ୱାରେଣ୍ଟାଇନରେ ଥିଲେ । ଗତ ୩ ତାରିଖରେ ସେ ଓ ତାଙ୍କ ସ୍ୱାମୀ ସଦାଶିବ ଦିଆନ କରୋନାରେ ଆକ୍ରାନ୍ତ ଥିବା ଜନାପଡିଥିଲା । ଏହାପରେ ଉଭୟଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟର ବହୁ ବିଧାୟକ ଓ ମନ୍ତ୍ରୀମାନେ ଏବେ କରୋନାରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି । ପଦ୍ମିନୀଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୫ ଜଣ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହେଲେଣି । ପୂର୍ବରୁ ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂ, ଟୁକୁନି ସାହୁ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Related posts

ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

mahabharatanews

ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି କୃଷକ ସଂଗଠନ

mahabharatanews

ଆଜି ବନକ ଲାଗି ନୀତି; ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews