ଓଡିଶା

ଏବେ ବଜାରରେ ଉପଲବ୍ଧ ହେବ କରୋନା ଔଷଧ

(ନୁଆଦିଲ୍ଲୀ): ସାଧରଣରେ କରୋନା ଔଷଧ ବିକ୍ରି କରିବାକୁ ଅନୁମତି ଦେଲା ଡିଜିସିଆଇ । ଡ୍ରଗ୍ସ କଣ୍ଟୋଲର ଜେନେରାଲ ଅଫ୍ ଇଣ୍ଡିଆ ପକ୍ଷରୁ ଫେଭିପିରାଭିର୍ ଟାବଲେଟ୍ ଓ ରେମଡିସିଭର୍ ଇଞ୍ଜେକସନ୍ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ଏ ସଂକ୍ରାନ୍ତରେ ଡିଜିସିଆଇ କହିଛି ଯେ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ ଏହି ଔଷଧ କିଣି ପାରିବେ ।

ତେବେ ଅନୁମତି ମିଳିଛି ସତ କିନ୍ତୁ କିଛିଟା ସର୍ତ୍ତ ଆଧାରରେ ଫେଭିପିରାଭିର୍ ଟାବଲେଟ୍ ଓ ରେମଡିସିଭର୍ ଇଞ୍ଜେକସନ୍ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ସେସବୁ ସର୍ତ୍ତ ହେଲା ଚିକିତ୍ସା ଆରମ୍ଭରୁ ଏକ ଫର୍ମରେ ଆକ୍ରାନ୍ତଙ୍କର କିମ୍ବା ତାଙ୍କ ପ୍ରତିନିଧିଙ୍କ ଠାରୁ ସମ୍ମତି ଆଣିବାକୁ ପଡିବ । ଔଷଧ ବିକ୍ରି ସମୟରେ ଦୋକାନୀ ଡାକ୍ତରଙ୍କ ପ୍ରେସକ୍ରିପସନ, ରୋଗୀଙ୍କ ସମ୍ମତି ପତ୍ର, ଔଷଧ କିଣିବାକୁ ଥିବା ଲୋକର ପରିଚୟ ପତ୍ର, ବାସସ୍ଥାନ ଡିଟେଲ୍ସ, ସମ୍ପୁର୍ଣ୍ଣ ଠିକଣାର ଫଟୋ କପି ନିଜ ପାଖରେ ରଖିବାକୂ ପଡିବ । ଏହା ପରେ ଦୋକାନୀ ମାନେ ପ୍ରତି ସପ୍ତାହରେ ଡ୍ରଗ୍ସ ଇପସ୍ପେକ୍ଟରଙ୍କୁ ଏହି ଔଷଧ କ୍ରୟ ବିକ୍ରୟ ଉପରେ ସମସ୍ତ ତଥ୍ୟ ସମ୍ପର୍କରେ ଅବଗତ କରାଇବେ ।

Related posts

ପୁରୀକୁ ଆସିପାରିବେନି ପଶ୍ଚିମବଙ୍ଗ ଫେରନ୍ତା: ଜିଲ୍ଲାପାଳ

mahabharatanews

ଜଗତସିଂହପୁର ଅବକାରୀ ବିଭାଗକୁ ବଡ଼ ଧରଣର ସଫଳତା

mahabharatanews

୫୭ ବାଇକ ସିଜ଼: ୭ହଜାର ୫ ଶହ ଟଙ୍କା ଜରିମାନା ଆଦାୟ

mahabharatanews