ଓଡିଶା

ରାଜ୍ୟରେ ୩ ହଜାର ଟଙ୍କା ବଢ଼ିବ ଭତ୍ତା!

ଭୁବନେଶ୍ୱର: ଜନତାଙ୍କ ପାଇଁ ଖୁସି ଖବର । ଏଣିକି ବଢ଼ିବ ଭତ୍ତା ଟଙ୍କା । ଭତ୍ତା ଟଙ୍କାକୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି । ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା ଦିବ୍ୟାଙ୍ଗ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ପାଇବ । ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପ୍ରସ୍ତୁତି ଚାଲିଛି ବୋଲି ସୂଚନା ଦେଇଛନ୍ତି ।
ସାମାଜିକ ସୁରକ୍ଷା ମନ୍ତ୍ରୀ କହିଛନ୍ତି, ଏହି ତିନୋଟି ଶ୍ରେଣୀରେ ଥିବା ଭତ୍ତା ୩ ହଜାରକୁ ବୃଦ୍ଧି ନିଷ୍ପତି ହୋଇଛି । ସେଥିପାଇଁ ପ୍ରସ୍ତୁତି ଚାଲିଛି । ବଜେଟ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ । ପରବର୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।

 

Related posts

ଆଜି ୧୧ଟାରେ ଯୁକ୍ତ୨ ଫଳାଫଳ

mahabharatanews

ସତଲମା ମାର୍କେଟରେ ଉତ୍ୟକ୍ତ ଚାଷୀଙ୍କ ତାଲା ବନ୍ଦ

mahabharatanews

କୃମିନାଶକ କାର୍ୟ୍ୟକ୍ରମ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

mahabharatanews