ଓଡିଶା

ଧାନ ବିଲରେ ପସିଲା କୁମ୍ଭୀର

(ରଜନୀକାନ୍ତ ମିଶ୍ର/ଦିଗପହଣ୍ଡି): ଧାନ ବିଲରେ ପସିଛି କୁମ୍ଭୀର । ଲୋକେ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ତାପରେ ବନବିଭାଗ କର୍ମଚାରୀ ମାନେ ଆସି କୁମ୍ଭୀରକୁ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ସାନଖେମୁଣ୍ଡି ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତଲାସିଙ୍ଗି ଗ୍ରାମରେ ଅନେକ ଧାନ ବିଲରେ ଏବେ ପାଣି ଭରି ରହିଛି । ତେବେ ଏକ ଧାନ ବିଲରେ ଶନିବାର କିଛି ଲୋକ ଏକ କୁମ୍ଭୀରକୁ ଦେଖିବାକୁ ପାଇଥିଲେ । ଏହାପରେ ସମଗ୍ର ଗାଁରେ ଆତଙ୍କ ଖେଳି ଯାଇଥିଲା । ଖବର ପାଇବା ପରେ ବନ ବିଭାଗ ଆସି କୁମ୍ଭୀରକୁ ଉଦ୍ଧାର କରିଥିଲା । ଦିଗପହଣ୍ଡି ଫରେଷ୍ଟ ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା । ଏହାପରେ ତାକୁ ଉଦ୍ଧାର କରାଯାଇ ଘୋଡାହାଡ଼ ଡ୍ୟାମରେ ଛଡା ଯାଇଛି । ତେବେ କୁମ୍ଭୀରଟି ନିକଟରେ ଥିବା କୌଣସି ନାଳ କିମ୍ବା ନଦୀରୁ ବିଲକୁ ପସି ଆସିଥିବା କୁହାଯାଉଛି ।

Related posts

ରାଜ୍ୟରେ କରୋନାରେ ଆଉ ୯ ଜଣଙ୍କ  ମୃତ୍ୟୁ

mahabharatanews

ବ୍ରିଜ ଉପରୁ ଓଲଟିଲା ଟ୍ରକ ଆହତଙ୍କୁ ଉଦ୍ଧାର ନକରି ଲୋକେ ଗୋଟାଇଲେ ମାଛ

mahabharatanews

ମହାପ୍ରଭୁଙ୍କ ନବମୀ ଦିନ, ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

mahabharatanews