ଓଡିଶା

ଅନ୍ଧାରରେ ଚାଲିଛି ଏଟିଏମରୁ ଟଙ୍କା ଉଠାଣ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ଥିବା ଅଧିକାଂଶ ଏଟିଏମ ଏବେ ଅନ୍ଧକାରମୟ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟସ୍ଥ ଏଟିଏମ ବହୁତ ଦିନରୁ ଅନ୍ଧାରରେ ଚାଲିଛି। ଲୋକେ ମୋବାଇଲର ଫ୍ଲାସ ଲାଇଟ ଯୋଗେ ଏଟିଏମରୁ ପଇସା ଉଠାଉଥିବା ଦେଖିବାକୁ ମିଳୁଛି । କେବଳ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟସ୍ଥ ଏଟିଏମ ନୁହେଁ ସଦର ମହକୁମାର ହାତ ଗଣତି କେତୋଟି ବେସରକାରୀ ବ୍ୟାଙ୍କର ଏଟିଏମକୁ ବାଦ ଦେଲେ ଅଧିକାଂଶ ଏଟିଏମ ଏଭଳି ଅନ୍ଧକାରମୟ। ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ବର୍ଷ ବର୍ଷ ଧରି ସବୁବେଳେ ଏଟିଏମ ଅଚଳ। ପୂର୍ବରୁ ସ୍ଥାନୀୟ ବସଷ୍ଟାଣ୍ଡ ସାମନାରେ ଏସବିଆଇ ବ୍ୟାଙ୍କ ଏବଂ ଏଟିଏମ ରହିଥିଲା। ପରେ ତାହା ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହୋଇଛି । ସେବେଠାରୁ ବସଷ୍ଟାଣ୍ଡ ନିକଟସ୍ଥ ଅଂଚଳରେ ଗୋଟିଏ ବି ଏଟିଏମର ବ୍ୟବସ୍ଥା ନାହିଁ। ଲୋକେ ଏଟିଏମରୁ ଟଙ୍କା ଉଠାଇବା ପାଇଁ ହନ୍ତସନ୍ତ ହେଉଛନ୍ତି।

Related posts

ଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ: ଲୋକେ ଅ।ତଙ୍କିତ

mahabharatanews

ଅଧା ରହିଗଲା ବିବାହର ଖୁସି; ଛାଡି ଚାଲିଗଲେ ମାଆ

mahabharatanews

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews