ଓଡିଶା

ବଜାରରେ ଲାଗିଲା ମାଓ ପୋଷ୍ଟର, ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ

(ବନବାସୀ ପ୍ରଧାନ/ବାଲିଗୁଡା): କିଛି ଦିନର ନିରବତା ପରେ କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ । ମାଓାବାଦୀଙ୍କ ଏକ ଧମକଭରା ପୋଷ୍ଟର ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ କୁତ୍ତମଗଡ ବଜାରରେ ଦେଖିବାକୁ ମିଳିଛି । ଏଥିରେ କୁତ୍ତମଗଡର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ ଦିଆଯାଇଛି । ବଜରଙ୍ଗ ଦଳର ସଭାପତି ପ୍ରକାଶ ମାଝୀଙ୍କୁ ହତ୍ୟା ଷଡଯନ୍ତ୍ରରେ କୁତ୍ତମଗଡର ପୂର୍ବତନ ସରପଞ୍ଚ ସିରିଶ ମଲ୍ଲିକଙ୍କ ହାତ ଥିବା ପୋଷ୍ଟରେ ମାଓବାଦୀମାନେ ଉଲ୍ଲେଖ କରିଛନ୍ତି । ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ମାଓବାଦୀମାନଙ୍କ ପାଇଁ ସେପ୍ଟେମ୍ବର ୧୩ ତାରିଖକୁ ମାଓବାଦୀ ସହିଦ ଦିବସ ଭାବେ ପାଳନ କରିବାକୁ ଏହି ବ୍ୟାନରରେ ଦର୍ଶାଯାଇଛି । ଏହି ପୋଷ୍ଟରକୁ ଦେଖି ଅଞ୍ଚବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ଏହି ପୋଷ୍ଟର ପ୍ରକୃତରେ ମାଓ ସଂଗଠନ ପକ୍ଷରୁ ଜାରି ହୋଇଛି କି ନାହଁ ସେନେଇ ତୁମୁଡିବନ୍ଧ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

ପୋଲିସ ଜାଲରେ ବାଇକ୍ ଲୁଟେରା

mahabharatanews

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୟୁନିଟ୍‌ -୨ ମାର୍କେଟ ବିଲ୍ଡିଂ ବନ୍ଦ 

mahabharatanews

କେନାକୁ ଗାଧୋଇବାକୁ ଯାଇ ବୃଦ୍ଧଙ୍କ ମୃତ୍ୟୁ

mahabharatanews