Uncategorized

ଦେଶରେ ଦିନକରେ ୮୩ ହଜାର ୮୦୯ କରୋନା ଆକ୍ରାନ୍ତ ଚିହ୍ନଟ

(ନୂଆଦିଲ୍ଲୀ): ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୩ ହଜାର ୮୦୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୬ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ପାର କରିଛି । ଗୋଟିଏ ଦିନରେ ୧୦୫୪ ଜଣ କରୋନା କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୮୦ ହଜାର ୭୬୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୯୦ ହଜାର ୦୬୧ ଜଣ ସକ୍ରିୟ ଅଛନ୍ତି । ସେହିପରି ୩୮ ଲକ୍ଷ ୫୯ ହଜାର ୩୯୯ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ରାମ ଜନ୍ମଭୂମୀ ନ୍ୟାସ ଅଧ୍ୟକ୍ଷଙ୍କ ସୁରକ୍ଷା ବୃଦ୍ଧି

mahabharatanews

ଚାରିଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ ମିଳିବ ୧ ଲକ୍ଷ ଟଙ୍କା ଦୁର୍ଘଟଣା ବିମା

mahabharatanews

ସୁସ୍ଥ ସମାଜ ଗଠନ ଦିଗରେ ଦାୟିତ୍ୱବୋଧ ଭୁଲିନାହାନ୍ତି ଇତିଶ୍ରୀ ପୁହାଣ

mahabharatanews