Uncategorized

ଦେଶରେ ଦିନକରେ ୮୩ ହଜାର ୮୦୯ କରୋନା ଆକ୍ରାନ୍ତ ଚିହ୍ନଟ

(ନୂଆଦିଲ୍ଲୀ): ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୩ ହଜାର ୮୦୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୬ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ପାର କରିଛି । ଗୋଟିଏ ଦିନରେ ୧୦୫୪ ଜଣ କରୋନା କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୮୦ ହଜାର ୭୬୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୯୦ ହଜାର ୦୬୧ ଜଣ ସକ୍ରିୟ ଅଛନ୍ତି । ସେହିପରି ୩୮ ଲକ୍ଷ ୫୯ ହଜାର ୩୯୯ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

କୋରୋନା: ଜାପାନରେ ୫୯୪ ନୂତନ ସଂକ୍ରମଣ ଚିହ୍ନଟ

mahabharatanews

ନେପାଳରେ ରାଜନୈତିକ ଝଡ, ଜୋର ଧରୁଛି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି

mahabharatanews

ମହାରାଷ୍ଟ୍ର: ୭୧୪ ପୁଲିସ ସଂକ୍ରମିତ

mahabharatanews