Uncategorized

ମହାରାଷ୍ଟ୍ର: ୭୧୪ ପୁଲିସ ସଂକ୍ରମିତ

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଏବେ ମହାରାଷ୍ଟ୍ରରେ ୭୧୪ ପୋଲିସ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୬୪୮ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୬୧ ଜଣ ସୁସ୍ଥ ହୋଇ ସାରିଲେଣି ଓ ୫ ଜଣଙ୍କ ମୃତ୍ୟୁ ହୋଇଛି। କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ରାଜ୍ୟମାନଙ୍କରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ଏମାନେ କରୋନା ଯୋଦ୍ଧା ଭାବେ ନିଜ ଜୀବନକୁ ବଳି ଲଗାଇ ନିଜ ଦାୟିତ୍ୱ ସମ୍ପାଦନ କରୁଛନ୍ତି । କିନ୍ତୁ ସଂକ୍ରମଣ ଏପରି ବ୍ୟାପିଛି କି ଏହି ସଂକ୍ରମଣରୁ ଏମାନେ ବାଦ ପଡି ନାହାନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୯,୦୬୩।

Related posts

ଛତିଶଗଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଆତଙ୍କୀ ଫଣ୍ଡିଂ ମାମଲା: ଏନଆଇଏର ଚଢାଉ

mahabharatanews

ହୋଲି ରଙ୍ଗ ଶରୀର ଏବଂ ମସ୍ତିଷ୍କକୁ ସନ୍ତୁଳିତ ରଖିଥାଏ

mahabharatanews