ଓଡିଶା

ସାରର ଅଭାବ ଓ କଳାବଜାରୀକୁ ନେଇ ଚାଷୀଙ୍କ ଅସନ୍ତୋଷ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ରାଇରଙ୍ଗପୁର କୃଷି ବିଭାଗ କାର୍ଯ୍ୟାଳୟ ଅଧିିନରେ ଥିବା ରାଇରଙ୍ଗପୁର, ବହଳଦା, ଜାମଦା, ତିରିଂ, ଝରାଡିହି, ବାଦାମପାହାଡ, ବିଶୋଇ, ବିଜାତଳା, ଗୋରୁମହିଷାଣୀ, ହାଟବାଦଡା ଆଦି ଅଞ୍ଚଳରେ ସାରର ଅଭାବ ଦେଖାଦେଇଛି । ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ଠିକ ସମୟରେ ଆବଶ୍ୟକତା ଅନୁଯାୟୀ ସାର ଓ କୀଟନାଶକ ଯୋଗାଇ ଦିଆଯାଉନାହିଁ । ଫଳରେ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି । କରୋନା ମହାମାରୀ ପାଇଁ ଚାଷୀ ଦୀର୍ଘ ୭ମାସ ଧରି ହାତ ବାନ୍ଧି ବସିଛନ୍ତି । ଏନେଇ ରାଇରଙ୍ଗପୁର ଜିଲ୍ଲା କୃଷି ଅଧିକାରୀ ଏବଂ ବହଳଦା ଅତିରିକ୍ତ କୃଷି ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଶୁଣୁନାହାନ୍ତି । ବଜାରରେ ୟୁରିଆ ନଥିବା ବେଳେ ସାର ଡିଲରମାନେ ଚଢା ଦରରେ ସାରର କଳାବଜାରୀ କରୁଛନ୍ତି । ଏସମ୍ପର୍କରେ କୃଷି ଅଧିକାରୀଙ୍କୁ ଜଣାଇଲେ ସାର ଆସିଲେ ଆମେ ଦେବୁ ବୋଲି କହୁଥିବା ଅଭିଯୋଗ ହୋଇଛି । ସରକାର ଚାଷୀଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଚାଲିଥିବା ବେଳେ ତଳ ସ୍ତରର କିଛି କୃଷି ବିଭାଗର ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଚାଷୀମାନେ ଉପକୃତ ହୋଇପାରୁନାହାନ୍ତି । ଏନେଇ ଜିଲ୍ଲାପାଳ ତଦନ୍ତ କରି ସମ୍ପୃକ୍ତ ସାର କଳାବଜାରୀ ଓ କୃଷି ବିଭାଗର ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବି ହେଉଛି ।

Related posts

ରାଜ୍ୟରେ କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ, ପୁଣି ୧୬ ମୃତ୍ୟୁ

mahabharatanews

ମଣିଷଖିଆ କୁମ୍ଭୀରର ଉତ୍ପାତ ; ମହିଳା ମୃତ 

mahabharatanews

ଆଜି ଶ୍ରୀଜିଉଙ୍କ ଖସାପଡ଼ା ନୀତି; ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ 

mahabharatanews