ଓଡିଶା

ଦୁର୍ବୁତଙ୍କ ଗୁଣ୍ଡାରାଜ ପ୍ରତିବାଦରେ ଏସପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

(ଓମ୍ ପ୍ରକାଶ ମିଶ୍ର/ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଲେହେଡ଼ି ଗାଁର କିଛି ଅସାମାଜିକ ବ୍ୟକ୍ତିଙ୍କ ଗୁଣ୍ଡାରାଜକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ସୁଚନା ଅନୁସାରେ କିଛି ଯୁବକ ପ୍ରତ୍ୟେକ ଦିନ ମଦ୍ୟପାନ କରି ଯାତାୟାତ କରୁଥିବା ଲୋକଙ୍କ ଠାରୁ ଟଙ୍କା ପଇସା ସହ ବିଭିନ୍ନ ଅଳଙ୍କାର ଛଡ଼ାଇ ନେଉଥିବା ଅଭିଯୋଗ ହେଉଛି । ଏପରି କି ଏହି ବାଟରେ ଯାଉଥିବା ମହିଳାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରୁଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ଲେହେଡି ଗାଁର ଗଣେଷ ପଣ୍ଡା ନାମକ ଜଣେ ଯୁବକ ସୁବର୍ଣ୍ଣପୁରରୁ ନିଜ କାମ ସାରି ଘରକୁ ଫେରିଲା ବେଳେ କେହି ଜଣେ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ତାଙ୍କଠୁ କିଛି ଟଙ୍କା ଲୁଟ କରିଥିବା ଥାନାରେ ଅଭିଯୋଗ ହୋଇଛି । ଫଳରେ ଗ୍ରାମରେ ସାମାନ୍ୟ ଉତ୍ତେଜନା ଦେଖାଯାଇଥିଲା । ଏହି ସବୁ ସମସ୍ୟାକୁ ନେଇ ଲେହେଡି ଗ୍ରାମବାସୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ଖୁବ୍ଶୀଘ୍ର ଦୁର୍ବୃତ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ଏବଂ ପେଟ୍ରୋଲିଂ ମଧ୍ୟ କଡାକଡି କରାଯିବ ବୋଲି କହିଛନ୍ତି ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାସ ।

Related posts

ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବାହାରିଲା ପୋକ

mahabharatanews

ବୌଦ୍ଧ ମନମୁଣ୍ଡା ତେଲ ନଦୀ ସେତୁ ଉପରେ ବାଇକ ଓ ବୁଲେଟ ଦୁର୍ଘଟଣା

mahabharatanews

୮୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

mahabharatanews