ଓଡିଶା

ସଡକ ଦୂର୍ଘଟଣା ରେ ୨ମୃତ

(ମନୋଜ କୁମାର ସାହୁ/ରାୟଗଡ଼ା): ରାୟଗଡ଼ା ଜିଲ୍ଲା ସେସଖାଲ ଥାନା ଅନ୍ତର୍ଗତ ହଂସା ଛକ ନିକଟରେ ସଡକ ଦୁର୍ଘଟଣାରେ ଦୂଇ ଜଣଙ୍କ ମୃତ୍ୟୁ ଘଟିଛି । ରାୟଗଡାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଇନୋଭା କାରକୁ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେବାରୁ କାରରେ ଥିବା ଦୁଇ ଜଣ ବ୍ୟକ୍ତି ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ପରିସ୍ଥିତିର ଅନୁସନ୍ଧାନ କରୁଛି ।

Related posts

ଅଭିଯୁକ୍ତମାନଙ୍କୁ ଗୁଳି କରି ମାରି ଦିଆଯାଉ: ଉନ୍ନାଓ ପୀଡିତାଙ୍କ ପରିବାର

mahabharatanews

ହିଂଜିଳି ସହରରେ ଯିବା ଆସବା ନେଇ ରୋକ ଲଗାଇଲା ପୁଲିସ

mahabharatanews

ବିଧାୟକ ଏବଂ ମନ୍ତ୍ରୀଙ୍କ ନିୟମ ଉଲ୍ଲଂଘନକୁ ବିରୋଧ କରି ବିଜେପିର ପ୍ରତିବାଦ

mahabharatanews