ଓଡିଶା

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅବସରରେ ଫଳ ବଣ୍ଟନ

କେନ୍ଧୁଝର: ଜିଲ୍ଲାର ପାଟଣାବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଧାରଣତନ୍ତ୍ର ଦିବସ ଅବସରରେ ପାଟଣା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଭିକ।ରି ଚରଣ ନାୟକ ତଥା ସଦସ୍ୟମାନେ ଗୋପୀନାଥ ଦାଶ, ସନାତନ ଦାଶ, ବେଣୁଧର ଦାଶ, ରାଧାମୋହନ ମହନ୍ତ, ଅରୁଣ ମିଶ୍ର ପ୍ରମୁଖ ବହୁ ଅବସରପ୍ରାପ୍ତ କର୍ମଚାରୀ ମେଡିକାଲ ପରିସରକୁ ଯାଇ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁପ୍ରକାଶା ଶତପଥୀଙ୍କୁ ଭେଟି ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଓ ନିରାମୟ ଔଷଧ କେନ୍ଦ୍ରଟି ଛୁଟି ଦିନରେ ରୋଗୀଙ୍କୁ ଔଷଧ ଯୋଗାଇବା ଉପରେ ଆଲୋଚନା କରିଥିଲେ ।

Related posts

ଆଉ ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ

mahabharatanews

ପୁଣି ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ବାତିଲ

mahabharatanews

ବାଲିଗୁଡାଠାରେ ମା ଠାକୁରାଣିଙ୍କ ଯାତ୍ରା, ପ୍ରଥମ ଦିନ ରେ ନଗରପରିକ୍ରମା କଲେ ମା’

mahabharatanews