Uncategorized

ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋଙ୍କ ଇସ୍ତଫା ପରେ ସୁଗା ହେବେ ନୂଆ ପ୍ରଧାନମନ୍ତ୍ରୀ

ଟୋକିଓ: ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ତଥା ତାଙ୍କ କ୍ୟାବେନେଟ୍ ଇସ୍ତଫା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସିଞ୍ଜୋ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ।
ସିଞ୍ଜୋ ଓ ତାଙ୍କ କ୍ୟାବିନେଟ ଇସ୍ତଫା ପରେ ଆଜି ଜାପାନର ନୂଆ ସରକାର କାର୍ୟ୍ୟଭାର ସମ୍ଭାଳିବା ନେଇ ଚର୍ଚ୍ଚା ଚାଲିଛି। କୁହାଯାଉଛି ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେବେ ୟୋଶିହିଦେ ସୁଗା। ସେ ୨୦୦୬ରୁ ‌ ସିଞ୍ଜୋଙ୍କ ସହଯୋଗୀ ରହିଆସିଥିବା ବେଳେ ମୁଖ୍ୟ କ୍ୟାବିନେଟ୍ ପଦ ସମ୍ଭାଳି ଥିଲେ। ତାଙ୍କୁ ଗତ ସୋମବାର ଲିବରାଲ ଡେମୋକ୍ରେଟିକ୍ ପାର୍ଟିର ପ୍ରିମିୟର ଭାବେ ମନୋନୀତ କରାଯାଇଥିଲା। ତେବେ ତାଙ୍କୁ ଆଜି ଦଳର ସଂସଦୀୟ ବୋର୍ଡରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ପ୍ରାର୍ଥୀ ଜିତିବାକୁ ହେବ । ଏବେ ସୁଗାଙ୍କ ଉପରେ ସିଞ୍ଜୋଙ୍କ ଅଧୁରା କାମ ପୂରା କରିବାର ସମସ୍ତ ଦାୟିତ୍ବ । ବିଶେଷକରି ଅର୍ଥବ୍ୟବସ୍ଥା ଓ ବିଦେଶନୀତି। ବିଦେଶନୀତି ମାମଲାରେ ସବୁଠୁ ପ୍ରଭାବୀ ପ୍ରଧାନମନ୍ତ୍ରୀ ରହି ଆସିଛନ୍ତି ସିଞ୍ଜୋ। ତେବେ ସୁଗାଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ଏବେ କରୋନା ମହାମାରୀ।
ଚୀନର ଚାଲେଞ୍ଜ ସବୁବେଳେ ଜାପାନ ସାମ୍ନାରେ ରହି ଆସିଛି। ତେଣୁ ବିଦେଶନୀତି ଏବେ ସୁଗାଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇ ଠିଆହୋଇଛି। ସେଥିପାଇଁ ତାଙ୍କୁ ପୂର୍ବ ଚୀନ ସାଗର ଉପରେ ଗୁରୁତ୍ୱଦେବାକୁ ହେବ। ଏହା ସହ ଅନ୍ୟତମ ଚାଲେଞ୍ଜ ଅଲିମ୍ପିକ ଖେଳର ସଫଳ ଆୟୋଜନ। କେବଳ ଏତିକି ନୁହେଁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ତାଙ୍କୁ ନୂଆ ବା ଏବକା ରାଷ୍ଟ୍ରପତିଙ୍କ ସହ ସମନ୍ୱୟ ରକ୍ଷାକରି ସମ୍ପର୍କକୁ ଆଗେଇ ନେବାର ଆହ୍ୱାନ ରହିଛି ।

Related posts

ଡବ୍ଲୁଏଚଓରୁ ଓହରିଲା ଆମେରିକା

mahabharatanews

ମୋହନ ସରକାରରେ ଶିକ୍ଷାକୁ ଗୁରୁତ୍ବ, ଆରମ୍ଭ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

mahabharatanews

ଶନିବାର ଦେଶରେ ପୁଣି ୩୪ ହଜାର ୮୮୪ ଆକ୍ରାନ୍ତ ଚିହ୍ନଟ, ୬୭୧ ଜଣଙ୍କ ମୃତ୍ୟୁ

mahabharatanews