Uncategorized

 ଭୁବନେଶ୍ୱରରେ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର: ଚଳିତ ବର୍ଷ ଲଘୁଚାପ ବର୍ଷା କାରଣରୁ ଅଗଷ୍ଟ ମାସରେ ହୋଇଥିବା ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏହି ବନ୍ୟାରେ ବହୁ ଧନ ଜୀବନ କ୍ଷତି ହୋଇଥିବା ବେଳେ ବନ୍ୟାର କ୍ଷୟକ୍ଷତିର ଆକଳନ କରିବାକୁ ଆଜି ଏକ କେନ୍ଦ୍ରୀୟ ଟିମ ଭୁବନେଶ୍ୱରରେ ପହଁଚିଛି । ଏହି ଟିମରେ ୬ ଜଣ ସଦସ୍ୟ ରହିଛନ୍ତି । ଆଜି ପୂର୍ବାହ୍ନରେ ଏହି ଟିମ ୨ ଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିଛି । ଏହି ଟିମ ଏୟାର ପୋର୍ଟରୁ ସିଧା ରାଜ୍ୟ ସଚିବାଳୟରେ ପହଞ୍ଚିବ । ଏହାପରେ ଟିମ ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ଗସ୍ତକରିବେ । କ୍ଷୟକ୍ଷତିର ଆକଳନ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ ।

Related posts

ଆସନ୍ତା କାଲି କୃଷକ ସଂଗଠନର ଭାରତ ବନ୍ଦ

mahabharatanews

ସିଏଏ ବିରୋଧକାରୀ ହେଉଛନ୍ତି ଦଳିତ ବିରୋଧୀ: ଶାହା

mahabharatanews

ଆଗାମୀ ଦିନରେ ଦେଶରେ କରୋନା ସ୍ଥିତି ଜଟିଳ ହେବ: ବିଶେଷଜ୍ଞ

mahabharatanews