ଓଡିଶା

୬୮ ବର୍ଷ ବୟସରେ ଅଶୋକ ସାହୁଙ୍କ ପରଲୋକ

ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ଅଶୋକ ସାହୁଙ୍କ ପରଲୋକ । ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ଆଇପିଏସ୍‌ ଅଶୋକ ସାହୁଙ୍କ ୬୮ ବର୍ଷ ବୟସରେ ଅଶୋକ ସାହୁଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ମେଡିକାଲରେ ଆଖି ବୁଜିଛନ୍ତି ବିଜେପିର ଏହି ବରିଷ୍ଠ ନେତା । ଅଶୋକ ସାହୁ ଗତ ୮ ତାରିଖ ଦିନ କଟକର ଏକ ଘରୋଇ ନର୍ସିଂହୋମରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ସକାଳ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି ।
ଅଶୋକ ସାହୁ କୋରାପୁଟର ଜୟପୁରରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଆସାମ କ୍ୟାଡରର ଆଇପିଏସ ଅଫିସର ହୋଇଥିଲେ। ଆସାମର ଅତିରିକ୍ତ ପୋଲିସ ଡିଜି ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ପରେ ଓଡିଶା ବିଜେପିରେ ସାମିଲ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ପରେ ୨୦୧୪ରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ।

Related posts

୧୨ ବର୍ଷ କେନ୍ଦ୍ରରେ, ୨ ବର୍ଷ ଓଡ଼ିଶାରେ : ସଫଳତା ଗଣିଲା ଭାଜପା

mahabharatanews

ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି 

mahabharatanews

ପୁଣି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

mahabharatanews