ଓଡିଶା

ବଡମ୍ବା ବିଧାୟକଙ୍କ ନରସିଂହପୁର ବାସଭବନରେ ସିବିଆଇ ଚଢାଉ

(ନିର୍ମଳେନ୍ଦୁ ମିଶ୍ର/ନରସିଂହପୁର): ବଡମ୍ବା ବିଧାୟକ ଦେବୀ ମିଶ୍ରଙ୍କ ନରସିଂହପୁର ବାସଭବନରେ ଆଜି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସିବିଆଇ ପକ୍ଷରୁ ଚଢାଉ ହୋଇଛି । ସି-ସୋର ଚିଟଫଣ୍ଡ ମାମଲାରେ ତାଙ୍କର ନରସିଂପୁରର ପୈ÷ତୃକ ଘରେ ଓ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ମଧ୍ୟ ଚଢାଉ କରାଯାଇଛି । ସି-ସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସମ୍ପର୍କରେ ସିବିଆଇ ଟିମ ତାଙ୍କୁ ପଚରାଉଚରା କରିଥିଲେ । ସିବିଆଇ ଟିମ ଆଜି ସକାଳ ୮ଟାରୁ ଦୁଇ ଘଣ୍ଟା ଧରି ଦେବୀ ମିଶ୍ରଙ୍କ ନରସିଂପୁର ଡମକଟା ବାସଭବନରେ ଚଢାଉ କରିଥିଲେ । ଚଢାଉ ବେଳେ କିଛି ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ସିବିଆଇକୁ ମିଳିଥିବା ଜଣାଇପଡିଛି ।

Related posts

ପୋଲିସ ଡିଜି ଏବଂ ସେଣ୍ଟ୍ରାଲ ରେଞ୍ଜ IGP ଙ୍କୁ ଚିଠି ଲେଖିଲେ ଚାମେଲୀ

mahabharatanews

କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ

mahabharatanews

ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ

mahabharatanews