ଓଡିଶା

ମୌଳିକ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତବାସୀଙ୍କ ଦାବିପତ୍ର

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଉପାନ୍ତ ଅଞ୍ଚଳର ଦୋରାଗୁଡ଼ା, ନୂଆଗୁଡ଼ା, ଗୁଣ୍ଠାୱାଡା, କପାତୁଟି, କୁରୁମାନୁର, ପାପୁଲୁର ଓ ଟନେଲ କ୍ୟାମ୍ପ ପଞ୍ଚାୟତର ୫୦୦ରୁ ଉଦ୍ଧ୍ୱର୍ ଆଦିବାସୀ ନିଜ ଅଞ୍ଚଳର ମୌଳିକ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡିକ ହେଲା ସାତଟି ପଞ୍ଚାୟତକୁ ନେଟୱାର୍କ ସେବା ଯୋଗାଇଦେବା, ପ୍ରତି ପଞ୍ଚାୟତକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ, ପ୍ରତି ପଞ୍ଚାୟତରେ ଉଚ୍ଚ ଶିକ୍ଷା ପାଇଁ ମହାବିଦ୍ୟାଳୟ ସ୍ଥାପନ, ପ୍ରତି ପଞ୍ଚାୟତର ଉପାନ୍ତ ଅଞ୍ଚଳକୁ ପହଞ୍ଚିବାକୁ ଭଲ ରାସ୍ତା ନିର୍ମାଣ, ପ୍ରତି ପଞ୍ଚାୟତର ଗ୍ରାମକୁ ଚାଷ ଓ ପାନୀୟଜଳ ପାଇଁ ବୋରୱେଲ ଏବଂ ଜଳ ସେଚନ ଓ ଉଠା ଜଳସେଚନ ବ୍ୟବସ୍ଥା, ପ୍ରତି ପଞ୍ଚାୟତ ଅଧିବାସୀଙ୍କୁ ଅଧିକ ଏମଜିଏନଆରଜିଏସ କାମ ଯୋଗାଯାଉ, ଗରିବ ସୀମାରେଖା ତଳେ ଥିବା ଲୋକଙ୍କୁ ରାସନ କାର୍ଡ ପ୍ରଦାନ। ଉପଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଜଣାଇବା ସହିତ ଉକ୍ତ ଉପାନ୍ତ ଅଞ୍ଚଳର ବିକାଶ ଦିଗକୁ ଆଗେଇ ନେବାରେ ସମସ୍ତ ସହଯୋଗ କରିବାକୁ ବିଡ଼ିଓ ଲାରିମନ ଖରସେଲ ପ୍ରତିଶ୍ରୁତି ଦେଇଥିଲେ। ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ଲଇଛନ ଆଲାଙ୍ଗ, ଦୁର୍ଲଭ ଖିଲ, ସାଧୁ କିରସାନୀ, ଗୋବର୍ଦ୍ଧନ ଖରା, ଲକ୍ଷ୍ଣଣ ଖିଲ, ଶୁଭନ୍ତ ଭତ୍ରା, ଅର୍ଜୁନ ମୁଦୁଲି, ଗୁରୁ ପୂଜାରୀ, ଉଦୟନାଥ ଲୋକେଇ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ବନ୍ଦ ହେଲା ହୀରାକୁଦ ଗେଟ,ମଧ୍ୟମ ଧରଣର ବନ୍ୟା ଆଶଙ୍କା

mahabharatanews

ରାଜ୍ୟରୁ ୨୪ ଘଣ୍ଟାରେ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଦୈନିକ ରାଜ୍ୟରେ ବଢୁଛି କରୋନା ସଂକ୍ରମଣ ;୧୧୨୨ ଜଣ ସଂକ୍ରମିତ ଚିହ୍ନଟ

mahabharatanews