ଓଡିଶା

ପୋଲିସ ଅଧିକାରୀଙ୍କ ଉନ୍ମୁକ୍ତ କାଣ୍ଡ, ଛୁରୀରେ ଆକ୍ରମଣ କଲେ ମହିଳାଙ୍କୁ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନାଗିରି): ଜିଲ୍ଲାରେ ପୋଲିସ ଅଧିକାରୀଙ୍କ ଉନ୍ମତ କାଣ୍ଡ । ଜଣେ ମହିଳାଙ୍କ ଉପରକୁ ଛୁରୀରେ ଆକ୍ରମଣ କରିଛନ୍ତି ପୋଲିସ ଅଧିକାରୀ ଚନ୍ଦ୍ର ଶେଖର ହଜାରି । ଆଜି ଆର୍ଶିବାଦ କଲୋନୀ ରେ ବାସ କରୁଥିବା ପୋଲିସ ଏ ଏସ ଆଇ ଚନ୍ଦ୍ର ଶେଖର ଏବଂ ଅନ୍ୟଜଣେ ବାସିନ୍ଦା ସୁନାମଣି କଂସାରିଙ୍କ ମଧ୍ୟରେ କୌଣସି ଏକ କାରଣରୁ ବଚସା ହୋଇଥିଲା । ଏହା ମଧ୍ୟରେ ସ୍ଥିତି ଉତ୍ତେଜନା ମୂଳକ ହେବାପରେ ପୋଲିସ ଏ ଏସ ଆଇ ଚନ୍ଦ୍ର ଶେଖର ସୁନାମଣିଙ୍କ ଉପରକୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିବା ଜଣା ପଡିଛି । ଏହି ଆକ୍ରମଣ ରେ ସୁନାମଣିଙ୍କ ଗୋଟିଏ ଆଖିରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ସୁନାମଣିଙ୍କୁ ମାଲକାନାଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅନ୍ୟପଟେ ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୂର୍ବରୁ ମଧ୍ୟ ଉଭୟ ପରିବାର ମଧ୍ୟରେ ଏଭଳି ଝଗଡା ହେଉଥିବା ବେଳେ ଆଜି ଏଭଳି ଅଘଟଣ ଘଟିଛି ।

Related posts

ବଡଗୁଣ୍ଡରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଉତ୍ସବ

mahabharatanews

ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଯୋନ ପ୍ରତିଷ୍ଠା କାର୍ୟ୍ୟକ୍ରମ ଅନୁଷ୍ଠିତ

mahabharatanews

ବିପୁଳ ପରିମାଣର ଗଞ୍ଜେଇ ଜବତ

mahabharatanews