ଓଡିଶା

ମଝି ନଇରେ ବିପଦ ସଙ୍କୁଳ ଅବସ୍ଥାରେ ଫସିଲେ ୨ ଯୁବକ

(ସତ୍ୟନାରାୟଣ ପାଲ/ବାରିପଦା): ଗାଧେଇବାକୁ ଯାଇ ନଇ ମଝି ଟାପୁରେ ଫସିଲେ ଦୁଇ ଯୁବକ । ପ୍ରାୟ ଦେଢ଼ ଘଣ୍ଟା କାଳ ନଦୀ ମଝିରେ ଫସି ରହିବା ପରେ ମୃତ୍ୟୁ ମୁଖରୁ ଫେରିଛନ୍ତି ଦୁଇ ଯୁବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରୀପୋଷୀ ଠାରେ ।
ସୁଚନା ଯେ, ବାଙ୍ଗିରୀପୋଷୀ ବ୍ଲକ୍ ଦେଇ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀକୁ ଆଜି ସକାଳ ସମୟରେ ଦୁଇ ସମ୍ପର୍କୀୟ ଭାଇ ଉପେନ୍ଦ୍ର ସିଂ ଓ ଦେବେନ୍ଦ୍ର ସିଂ ଗାଧେଇବାକୁ ଯାଇଥିଲେ । କିନ୍ତୁ ହଠାତ୍ ନଦୀରେ ବଢ଼ି ପାଣି ମାଡି ଆସିଥିଲା । ଯେହେତୁ ସେମାନେ ନଦୀରେ ପ୍ରାୟ ମଝିକୁ ପଳାଇଥିଲେ । ତେଣୁ ସେମାନେ ଆଉ ବାହାରି ନପାରି ପ୍ରାଣ ବିକଳରେ ନଦୀ ମଝିରେ ଥିବା ଗୋଟିଏ ବଡ ପଥର ଉପରେ ଚଢ଼ି ଯାଇଥିଲେ । ତେବେ ୨ ଭାଇଙ୍କ ସହ ଦୁୁଇଟି ଛେଳି ମଧ୍ୟ ପଥର ଉପରକୁ ଚଢ଼ି ଯାଇଥିଲେ ।
ନଦୀ ମଝିରେ ୨ ଭାଇ ଓ ୨ଟି ଛେଳି ପ୍ରାୟ ଦେଢ଼ ଘଣ୍ଟା ରହିଲା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କିନ୍ତୁ ଅଗ୍ନିଶମ ବାହିନୀ ବୁଢ଼ାବଳଙ୍ଗ ନଦୀ ପାଖରେ ପହଞ୍ଚିଲା ବେଳକୁ ୨ ଭାଇ ପହଁରି ପହଁରି କୂଳକୁ ଚାଲି ଆସିଥିଲେ ବୋଲି ସୁଚନାରୁ ଜଣାପଡିଛି ।

Related posts

ଋଷିକୂଲ୍ୟା ନଦୀ ଗଣ୍ଡରେ ବୁଡି ମହିଳା ମୃତ୍ୟୁ

mahabharatanews

କରୋନା ପାଇଁ ଭ୍ରମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ

mahabharatanews

ହଟସ୍ପଟରୁ ଆସୁଥିବା ଲୋକ ଭୁବନେଶ୍ୱର ପାଇଁ ଚିନ୍ତାର କାରଣ ହୋଇଛନ୍ତି: ବିଏମସି

mahabharatanews