Uncategorized

୭୯ ବର୍ଷ ବୟସରେ ଅଭିନେତ୍ରୀ ଆଶାଲତାଙ୍କ ପରଲୋକ

ମୁମ୍ବାଇ: ମରାଠୀ ତଥା ହିନ୍ଦୀ ଅଭିନେତ୍ରୀ ଆଶାଲତା ବାବଗାଁଓକରଙ୍କ ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନରୁ ଅସୁସ୍ଥ ଥିବା ବେଳେ ସତାରାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ଅନେକ ବଡ ଅଭିନେତାଙ୍କ ସହ କାମ କରିଛନ୍ତି ।
ସେ ବହୁ ହିନ୍ଦୀ ଫିଲ୍ମରେ ଚରିତ୍ର ଭୂମିକାରେ ନଜର ଆସିଛନ୍ତି । ତାଙ୍କ ଅଭିନୀତ ଫିଲ୍ମଗୁଡିକ ମଧ୍ୟରେ ରହିଛି ଖୁନ କା କର୍ଜ, ଘାୟଲ, ବନ୍ଦ ଦରଓ୍ବାଜା, ଜଞ୍ଜିର, ଚଲତେ ଚଲତେ,ଉଧାର କା ସିନ୍ଦୂର, ଅପନେ ପରାୟେ,ଉମ୍ବରଠା,ମାହେରଚି ସାଡ଼ି, ଅଙ୍କୁଶ, ଶୈତାନି ଇଲାକା, ଶୌକିନ, ନମକ ହଲାଲ, କୁଲି । ଆଶାଲତା ଗାର୍ଡ଼ ଶୋଭାବତୀ ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି।

Related posts

ସୁଗୀବେନର ଲେଖକଙ୍କୁ ବୁକର ପୁରସ୍କାର

mahabharatanews

ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଦାୟୀତ୍ୱ ନେଲେ ତରଣଜିତ ସନ୍ଧୁ

mahabharatanews

ଦେଶରେ ଗତ ୨୪ ଘଣ୍ଟାରେ ୮୩ ହଜାର ୩୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews