(ଜ୍ୟୋତିରଞ୍ଜନ ଧର/କଣିହାଁ): ଅନୁଗୋଳ ଜିଲ୍ଲା ତାଳଚେର ରାଣୀପାର୍କ ଜଙ୍ଗଲର ସୁରକ୍ଷା ଓ ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ ପାଇଁ ନୂତନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହିତ ଆଲୋଚନା କରିଛନ୍ତି ଲୋକପ୍ରିୟ ସାଂସଦ ମହେଶ ସାହୁ । ତାଳଚେର ରାଣୀପାର୍କ ଉନ୍ନୟନ ପରିଷଦ ପକ୍ଷରୁ ବାରମ୍ବାର ପୂର୍ଵରୁ ଦାବୀ ହୋଇଆସୁଥିଲା । ସମ୍ପୃକ୍ତ ପରିଷଦ ପକ୍ଷରୁ ଏନେଇ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତେବେ ଏହି ଦାବି ପତ୍ର କୁ ଆଧାର କରି ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ନୂତନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ସାଂସଦ ମହେଶ ରାଣୀପାର୍କ ଜଙ୍ଗଲ ଉନ୍ନୟନ ପରିଷଦର ଏକ ପ୍ରତିନିଧି ମଣ୍ଡଳୀ ଓ କର୍ମକର୍ତ୍ତାଙ୍କ ସହ ୬୦୦ ଏକର ପରିମିତ ଜଙ୍ଗଲ ମଧ୍ୟରେ ପ୍ରାୟ ୨ କିଲୋମିଟର ପର୍ୟ୍ୟନ୍ତ ଘଞ୍ଚ ଜଙ୍ଗଲକୁ ବୁଲି ଦେଖିଥିଲେ । ରାଣୀପାର୍କର ଉନ୍ନୟନ ଓ ପାଚେରୀ କରାଯିବା ସହ ଏଠାରେ ଏକ ପ୍ରାଣୀ ଉଦ୍ୟାନ କରାଯିବ । ଫୁଲଝରି ଓ ଅର୍ଜୁନକଟା ପୋଖରୀକୁ ମିଶାଇ ଏକ ଲେନର ବ୍ୟବସ୍ଥା କରଯିବା ନେଇ ଆଲୋଚନା ହୋଇଥିଲା । ଏଥିପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉ ବୋଲି ଜନପ୍ରିୟ ସାଂସଦ ମହେଶ ସାହୁ ପରିଷଦ କର୍ମକର୍ତା ଓ ଜିଲ୍ଲାପ୍ରଶାସନଙ୍କୁ ପରାମର୍ଶ ଦେଇଥିଲେ । ଏହାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଵା ସହ ସଠିକ ରୂପରେଖ କରାଯାଇ ପଦକ୍ଷେପ ନେବା ପାଇଁ ସମସ୍ତେ ପ୍ରୟାସ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ।
previous post
next post
