ଓଡିଶା

ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ମହିଳାମାନଙ୍କ ବିକ୍ଷୋଭ

(ରଜନୀକାନ୍ତ ପାତ୍ର/ଛତ୍ରପୁର): ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମପଂଚାୟତର ଦୁଆନପଲ୍ଲୀ ଗାଁର ୮ରୁ ଉର୍ଦ୍ଧ୍ୱ ମହିଳା ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମାନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୁଚନା ଯେ, ସେମାନେ କିଛି ଦାବି ନେଇ ବିକ୍ଷୋଭ କରିଥିଲେ । ଦାବି ଅନୁଯାୟୀ ସେମାନେ ଗରିବ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ଗ୍ରାମୀଣ ଗୃହ ଯୋଜନାରେ ସାମିଲ୍ କରି ବାସଗୃହ ଯୋଗାଇ ଦିଆଯାଉ । ଏନେଇ ସେମାନେ ଏକତ୍ରିତ ହୋଇ ଜିିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମାନାରେ ବିକ୍ଷୋଭ କରିଥିଲେ । କିନ୍ତୁ ଜିଲ୍ଲାପାଳ ସେହି ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ନଥିବାରୁ ମହିଳାମାନେ ନିରାଶ ହୋଇ ଫେରି ଯାଇଥିଲେ । ସେମାନେ କହିଛନ୍ତି ଯେ, ଆମକୁ ପଂଚାୟତ କିମ୍ବା ବ୍ଲକ୍ ପ୍ରଶାସନ ପକ୍ଷରୁ ଗ୍ରାମୀଣ ଗୃହ ଯୋଜନାରେ ଘର ଖଣ୍ଡେ ଦିଆଯାଉ ନାହିଁ । ତେଣୁ ଆମକୁ ଏହି ଯୋଜନାରେ ଗୃହ ପ୍ରଦାନ କଲେ ଆମେ ଉପକୃତ ହେବୁ । ଏହି ବିକ୍ଷୋଭ ପ୍ରଦର୍ଶନରେ ଉକ୍ତ ପଞ୍ଚାୟତର ପୂର୍ଣ୍ଣ ନାହାକ, ବିଷ୍ଣୁପ୍ରିୟା ପ୍ରଧାନ, ବିଷ୍ଣୁ କୁମାରୀ ନାହାକ, ସୁକାନ୍ତି ନାହାକ, ମାମା ନାହାକ, ସୁକାନ୍ତି ନାହାକ, ଶାନ୍ତି ନାହାକ, ତରା ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୬ ପ୍ରସ୍ତୁତି ବୈଠକ

mahabharatanews

ବିଦ୍ୟୁତ ଆଘାତରେ ସ୍ୱାମୀ-ସ୍ତ୍ରୀ ମୃତ

mahabharatanews

ଅଜଣା ଶବ ଉଦ୍ଧାର, ପୋଡି ମାରିଥିବା ସନ୍ଦେହ

mahabharatanews