ଓଡିଶା

ଦୁଇ ଦିନ ହେଲା ବେଳାଭୁମିରେ ଶବ ସଢ଼ୁଛି, ପୋଲିସ୍ ପାଖରେ ଖବର ନାହିଁ

(ଜୟନ୍ତ କୁମାର ସେଠୀ/ପୁରୀ): ବେଳାଭୂମିରେ ଦୁଇ ଦିନ ଶବ ସଢ଼ିବା ପରେ ଶେଷରେ ମେରାଇନ ଥାନା ପୋଲିସ ଶବ ଜବତ କରିଛି । ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟାର ବିଜୟ କୁମାର ସାହୁଙ୍କ ୧୪ ବର୍ଷୀୟ ନାବାଳକ ବଡ଼ପୁଅ ଗତ ଶନିବାର ଦିନ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକେ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ। ଜିଲ୍ଲା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସୋନୁ ଗତ ୧୮ ତାରିଖ ଶୁକ୍ରବାର ଦିନ ସାଙ୍ଗଙ୍କ ସହ ଘରୁ ବେଳାଭୂମିକୁ ଯାଇ ଆଉ ଫେରିନଥିଲେ। ଶନିବାର ରାତିରେ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ସୌକତ ନିବାସ ବେଳାଭୂମିରୁ ତାଙ୍କ ମୃତଦେହ ଠାବ ହୋଇଥିଲା । ପୋଲିସ ସୂଚନା ପାଇବା ପରେ ମଧ୍ୟ ଦୁଇ ଦିନ ଧରି ଶବ ଜବତ କରିନଥିଲା। ଏ ନେଇ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶେଷରେ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ପରିବାର ଲୋକେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି।

Related posts

ହକି ବିଶ୍ୱକପ ପାଇଁ ପଞ୍ଚାୟତରେ ଆୟୋଜନ ନହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ

mahabharatanews

ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କୁ ବିଧାନସଭା ମନା

mahabharatanews

ଶୀତର କୁହୁଡ଼ିକୁ ପଛରେ ପଛେଇ ଉତ୍ସାହ ଓ ଆନନ୍ଦରେ ପାଳିତ ହେଉଛି ଖ୍ରୀଷ୍ଟଜନ୍ମ ପର୍ବ…

mahabharatanews