ଓଡିଶା

ପୂର୍ବତନ ମନ୍ତ୍ରୀ ସେଖ ମତଲୁବ ଅଲ୍ଲୀଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସେଖ୍ ମତଲୁବ ଅଲ୍ଲୀଙ୍କ ଆଜି ସକାଳୁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ଅସୁସ୍ଥତା କାରଣରୁ ସେ ଭୁବନେଶ୍ବରର ଏକ ଘରୋଇ ହସିଟାଲରେ ଚିକିତ୍ସିତ ଥିଲେ ।
୧୯୪୨ ଡିସେମ୍ବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିବା ସେଖ୍ ମତଲୁବ୍ ଅଲ୍ଲୀ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୭୪, ୧୯୮୦, ୧୯୮୫ ଏବଂ ୧୯୯୫ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେଖ୍ ମତଲୁବ ଅଲୀ କିଛି ଦିନ କଂଗ୍ରେସ ସରକାରରେ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳି ଥିଲେ। ରାଜନୀତି ସହ ସାହିତ୍ୟ ଓ ସମାଜସେବାରେ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା।

Related posts

ମିନି ଷ୍ଟାଡିୟମରେ ରେଡ୍ ବେଳେ ବ୍ରାଉନ ସୁଗାର ସହ ବନ୍ଧୁକ ଜବତ

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ଆଉ ମାତ୍ର ୨୦ଦିନ 

mahabharatanews

ଆଜି ରାଜ୍ୟରେ ପହଞ୍ଚିବ ୫ ଶ୍ରମିକ ସ୍ପେଶାଲ ଟ୍ରେନ୍

mahabharatanews