ଓଡିଶା

ବାଇକ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଯୁବକ ମୃତ

(ମହାଭାରତ, ପିପିଲି): ପିପିଲି ସ୍ଥିତ ପୁରୀ-ଭୂବନେଶ୍ୱର ବାଇପାସ ସ୍ଥିତ ରାଜଧାନୀ ଢାବା ସାମ୍ନାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗତ ମଙ୍ଗଳବାର ସନ୍ଧ୍ୟାରେ ଏଠାରେ ଏକ ବାଇକ୍ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ବଳଙ୍ଗା ଥାନା ଅନ୍ତର୍ଗତ ଯୋପନ ଗାଁର ପ୍ରଶାନ୍ତ ପରିଡା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଭୁବନେଶ୍ୱରୁ ଘରକୁ ଫେରୁଥିବା ବେଳେ ପିପିଲି ସ୍ଥିତ ରାଜଧାନୀ ଢାବା ନିକଟରେ ଏକ ଟ୍ରାକ୍ଟର ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପିପିଲି ମେଡିକାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପିପିଲି ପୋଲିସ ଡାକ୍ତରଖାନାରେ ପହଞ୍ଚି ଯୁବକଙ୍କ ମୃତ ଶରୀରକୁ ଜବତ କରିବା ସହ ଦୁର୍ଘଗଣାଗ୍ରସ୍ତ ଟ୍ରାକ୍ଟର ଓ ବାଇକ୍କୁ ଜବତ କରିଛି । ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts

ରାଜ୍ୟରେ ଦୈନିକ କରୋନା ବଢୁଛି ସଂକ୍ରମଣ ; ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କା  ଘୋଷଣା

mahabharatanews

ଅନୁଗୁଳରୁ କଳାହାଣ୍ଡିକୁ ସାଇକେଲରେ ଫେରିଲେ ୫ଜଣ ବ୍ୟବସାୟୀ

mahabharatanews