ଓଡିଶା

ପୂର୍ବତନ କଂଗ୍ରେସ ସାଂସଦ ତଥା ସୁଲେଖକ କାର୍ତ୍ତିକେଶ୍ୱର ପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ବାଲେଶ୍ବରର ପୂର୍ବତନ ସାଂସଦ, ଭୋଗରାଇ ପୂର୍ବତନ ବିଧାୟକ ତଥା ସୁଲେଖକ ଡ. କାର୍ତ୍ତିକେଶ୍ବର ପାତ୍ରଙ୍କ ପରଲୋକ । ଗତକାଲି ରାତି ୧୨.୪୦ରେ ଶ୍ରୀ ପାତ୍ର ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି । ଗତକାଲି ଅସୁସ୍ଥତା କାରଣରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ନିଆ ଯାଉଥିବାବେଳେ ଭଦ୍ରକ ନିକଟରେ ତାଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଜଣେ ପ୍ରବୀଣ କଂଗ୍ରେସ ନେତା ଭାବେ ସେ ପରିଚିତ ଥିଲେ । ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ତାଙ୍କ ଜନ୍ମମାଟି ଭୋଗରାଇ ଏବଂ ସମଗ୍ର ବାଲେଶ୍ବର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।
ସେ ୩-୪ ଦିନ ହେବ ଜ୍ବରରେ ପୀଡିତ ଥିଲେ । ଗତକାଲି ତାଙ୍କର କରୋନା ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିବ ଆସିଥିଲା । ସନ୍ଧ୍ୟାରେ ଅଚାନକ ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାଉଥିଲା । ତାଙ୍କ ସହ ତାଙ୍କ ପତ୍ନୀ ପୂର୍ବତନ ବିଧାୟିକା ଉଣାରାଣୀ ପାତ୍ର ଏବଂ ଏକମାତ୍ର ପୁଅ ଦେବାଶିଷ ପାତ୍ର ମଧ୍ୟ ଥିଲେ ।
୧୯୪୧ ମସିହାରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ସୁନ୍ଦରାଡୀ ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା । ସେ ଜଣେ ଉଚ୍ଚକୋଟିର ରାଜନେତା ହେବା ସାଙ୍ଗକୁ ସାହିତ୍ୟିକ ଥିଲେ । ସମାଜ ସେବା ଓ ରାଜନୀତିର ବ୍ୟସ୍ତତା ଭିତରେ ସାହିତ୍ୟ ସାଧନା ଜାରି ରଖିଥିଲେ । କାରୁବାକୁ, ଇତିହାସର ଛାଇ, କଳିଙ୍ଗ କନ୍ୟା, ଉତ୍କଳର ନୌବାଣିଜ୍ୟ, ଦୂରଦର୍ଶନରେ ପ୍ରସାରିତ ସମ୍ରାଟ ଖାରବେଳ ତଥା ଶହେରୁ ଊର୍ଦ୍ଧ୍ବ ବହି ଲେଖିଥିଲେ ।

 

Related posts

ଗୃହ ୪ଟା ଯାଏଁ ମୁଲତବୀ

mahabharatanews

ବାଲୁକା କଳା ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

mahabharatanews

ବହୁ ଚର୍ଚ୍ଚିତ କୁଶକିଳା ଡବଲ ମଡ଼ର ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲା କୋର୍ଟ

mahabharatanews