Uncategorized

ଷ୍ଟ୍ରିଟ ଫୁଡର ହୋମ ଡେଲିଭରି କରିବ ସ୍ବିଗି

ନୂଆଦିଲ୍ଲୀ: ଦେଶରେ କରୋନା ଆତଙ୍କ ବଳବତ୍ତର ରହିଛି। କରୋନା ପାଇଁ ଜୀବିକା ପ୍ରଭାବିତ ହେବା ପରେ କଟକଣା ମଧ୍ୟରେ ବ୍ୟବସାୟ ବାଣିଜ୍ୟକୁ ମିଳିଛି ଅନୁମତି । ଫଳରେ ଷ୍ଟ୍ରିଟ ଫୁଡ ବେପାରୀ ମଧ୍ୟ ସେମାନଙ୍କ ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି । ଫଳରେ ଷ୍ଟ୍ରିଟ୍ ଫୁଡ୍‌ ପ୍ରେମୀ ଘରୁ ବାହାରି ବଜାର ଘାଟରେ ଭିଡ ଜମାଉଛନ୍ତି । ତେଣୁ ଏହି ଭିଡ କମ କରିବାକୁ ତଥା ଲୋକଙ୍କୁ ଷ୍ଟ୍ରିଟ ଫୁଡ ପାଇଁ ଘରୁ ବାହାରକୁ ନ ବାହାରିବାକୁ ଷ୍ଟ୍ରିଟ ଫୁଡର ହୋମ ଡେଲିଭରି ପାଇଁ ବ୍ୟବସ୍ଥା ହେଉଛି ।
ସହରୀ ବିକାଶ ମନ୍ତ୍ରାଳୟ ଅନଲାଇନ ଫୁଡ୍ ଡେଲିଭରୀ କମ୍ପାନୀ ସ୍ବିଗି ସହିତ ଏକ ବୁଝାମଣା କରିଛି। ଖୁବଶୀଘ୍ର ଦିଲ୍ଲୀ, ଅହମଦାବାଦ, ଚେନ୍ନାଇ, ଇନ୍ଦୋର ଓ ବନାରସରେ ଲୋକେ ଏବେ ଷ୍ଟ୍ରିଟ୍ ଫୁଡ୍ ଘରେ ବସି ଅନଲାଇନରେ ଅଡର କରିପାରିବେ। ଏହି ଯୋଜନା ଏବେ ପାଇଲଟ ପ୍ରୋଜେକ୍ଟ ମାଧ୍ୟମରେ ଆରମ୍ଭ ହୋଇଛି। ଏହା ଦ୍ବାରା ୨୫୦ ଷ୍ଟ୍ରିଟ ଫୁଡ ଭେଣ୍ଡରଙ୍କୁ କମ୍ପାନୀରେ ଯୋଡା ଯିବ। ଯଦି ଏହା ସଫଳ ରହେ ତେବେ ଅନ୍ୟ ସହରରେ ଏହି ଯୋଜନା ଲାଗୁ କରାଯିବ।
ମନ୍ତ୍ରାଳୟ ଅଧିକାରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି ଯୋଜନା ମାଧ୍ୟମରେ ଗ୍ରହଣ କରାଯାଇ ଥିବା ଏ‌ ପଦକ୍ଷେପର ଉଦ୍ଦେଶ୍ୟ ଅନଲାଇନ ମାଧ୍ୟମରେ ହଜାର ହଜାର ଗ୍ରାହକଙ୍କୁ ଯୋଡିବା ତଥା ବ୍ୟବସାୟ ବୃଦ୍ଧି କରିବା ।ମନ୍ତ୍ରାଳୟର ଯୁଗ୍ମ ସଚିବ ସଞ୍ଜୟ କୁମାର ଓ ସ୍ବିଗିର ମୁଖ୍ୟ ଅର୍ଥ ଅଧିକାରୀ ରାହୁଲ ବୋହରା ଓ୍ବେବିନାର ମାଧ୍ୟମରେ ଏ ନେଇ ସହମତି ପ୍ରକାଶ କରିଛନ୍ତି।

 

Related posts

ଏହି ସବୁ ଷ୍ଟ୍ରିଟ ଫୁଡ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ…

mahabharatanews

ବଜେଟ ୨୦୨୦: ମହିଳା ସଶକ୍ତିକରଣ ଉପରେ ସରକାରଙ୍କ ଫୋକସ

mahabharatanews

ଦିଲ୍ଲୀ ହିଂସା: କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉନସିଲର ଗିରଫ

mahabharatanews