Uncategorized

ବଜେଟ ୨୦୨୦: ମହିଳା ସଶକ୍ତିକରଣ ଉପରେ ସରକାରଙ୍କ ଫୋକସ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରର ଦ୍ୱିତୀୟ କାର୍ୟ୍ୟକାଳର ଦ୍ୱିତୀୟ ସାଧାରଣ ବଜେଟ୍ ଲୋକସଭାରେ ଉପସ୍ଥାପନ କରିଛନ୍ତି । ବଜେଟ୍ ଆରମ୍ଭରେ ନିର୍ମାଳା ସୀତାରମଣ ସରକାରଙ୍କ ଉପଲବ୍ଧିକୁ ରଖିଥିଲେ । ସେ କହିଥିଲେ ଯେ ବଜେଟ ଦେଶର ଆଶାକୁ ପୁରୁଣ କରିବ । ଭାରତର ଅର୍ଥବ୍ୟବସ୍ଥାର ମୂଳଦୁଆ ସୁଦୃଢ଼ ରହିଛି । ଜନତାଙ୍କୁ ମୋଦୀ ସରକାରଙ୍କ ଆର୍ଥିକ ନୀତି ଉପରେ ପୁରା ବିଶ୍ୱାସ ରହିଛି ।
କେନ୍ଦ୍ର ସରକାର ବଜେଟ୍ରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ମହିଳା ସଶକ୍ତିକରଣ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଥିବା ଘୋଷାଣା କରାଯାଇଛି । ବେଟି ବଚାଓ-ବେଟି ପଢ଼ାଓ ଯୋଜନାକୁ ଅନେକ ସମର୍ଥନ ମିଳିଛି, ଏହି ଯୋଜନା ମାଧ୍ୟମରେ ଶିଶୁ ଅନୁପାତରେ ବଡ଼ ଅନ୍ତର ଦେଖିବାକୁ ମିଳିଛି । ୧୦ କୋଟି ପରିବାରଙ୍କୁ ନ୍ୟୁଟ୍ରିଶନର ସୂଚନା ଦିଆଯିବ । ୨୦୨୦-୨୧ ପୋଷଣ ସହ ଜଡ଼ିତ ଯୋଜନା ପାଇଁ ୩୫,୬୦୦ ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ପ୍ରଯୁକ୍ତିବିଦ୍ୟା ଓ ଡି଼ଜିଟାଲ ଇଣ୍ଡିଆ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି । ମୋବାଇଲ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଯୋଜନା କରିଛନ୍ତି। ୬ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟଫୋନ ଦିଆଯିବାକୁ ଘୋଷଣା । ଏଭଳି କ୍ଷେତ୍ରରେ ମୋବାଇଲ ଫୋନ ପୂର୍ବ ଅପେକ୍ଷା ଶସ୍ତା ହେବା ସହ କମ ଦାମର ସ୍ମାର୍ଟ ଫୋନରେ ମଧ୍ୟ ପ୍ରିମିୟମ ଫିଚର୍ସ ମିଳିପାରିବାର ସମ୍ଭାବନା ରହିଛି। । ମହିଳାଙ୍କ ବିବାହ ବୟସ ପୂର୍ବେ ବୃଦ୍ଧି କରାଯାଇଥିଲା, ଏବେ ସରକାର ଝିଅଙ୍କ ମା ହେବା ବସୟକୁ ନେଇ ଚର୍ଚ୍ଚା ଜାରିରହିଛି । ଏଥିପାଇଁ ଏକ ଟାକ୍ସ ଫୋର୍ସ ଗଠନ କରାଯିବ ଯିଏ ଛଅ ମାସ ମଧ୍ୟରେ ଏହି ପ୍ରସଙ୍ଗରେ ରିପୋର୍ଟ ପ୍ରଦାନ କରିବ ।

Related posts

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ

mahabharatanews

ସ୍ତ୍ରୀକୁ ତାର ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ

mahabharatanews

ରାଜସ୍ଥାନରେ ୩ ଦିନରେ ତାପମାତ୍ରା ୪୮ ଡିଗ୍ରୀ ଛୁଇଁବ: ଆଇଏମଡି

mahabharatanews

Leave a Comment