Uncategorized

ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ଦୁଇ ମହିଳାଙ୍କ ଚୟନ

ୱାଶିଂଟନ: ଚଳିତ ସପ୍ତାହର ପ୍ରାରମ୍ଭରୁ ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିବା ବ୍ୟକ୍ତିବିଶେଷଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଉଛି । ମେଡିସିନ ଓ ପଦାର୍ଥ ବିଜ୍ଞାନରେ ୩ ଜଣ ଲେଖାଏ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପାଇଁ ଚୟନ କରାଯାଇଛି । ଆଜି ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପାଇଁ ଦୁଇଜଣଙ୍କ ନାମ ବଛାଯାଇଛି । ଏହି ଦୁଇଜଣ ହେଉଛନ୍ତି ଦୁଇ ମହିଳା ବୈଜ୍ଞାନିକ ।
ଚଳିତ ବର୍ଷ ରସାୟନ ବିଜ୍ଞାନ କ୍ଷେତ୍ରରେ ଦୁଇ ଜଣ ମହିଳାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଏମାନେ ହେଲେ ଇମାନ୍ୟୁଏଲ କାରପେଣ୍ଟିଅର ଓ ଜେନିଫର ଏ ଡୌଡନା । ଇମାନ୍ୟୁଏଲ ହେଉଛନ୍ତି ଫ୍ରାନ୍ସର ବୈଜ୍ଞାନିକ ହୋଇଥିବା ବେଳେ ଜେନିଫର ଆମେରିକାରର। ଉଭୟଙ୍କୁ ପୁରସ୍କାର ବାବଦରେ ସ୍ୱର୍ଣ୍ଣ ପଦକୁ ସହ ୧.୧ ମିଲିୟନ ଡଲାରରୁ ମଧ୍ୟ ଅଧିକ ଅର୍ଥ ମିଳିବ।ଜେନିଫର ଓ ଇମାନ୍ୟୁଏଲ ଜେନୋମ ସଂପାଦନ କରିବା ପାଇଁ ଗୋଟିଏ ମେଥଡ ବାହାର କରିଥିଲେ। ଏହି ମେଥଡ ଦ୍ୱାରା ବେଶ ଆରାମରେ ଜିନ୍‌ଗୁଡ଼ିକୁ ସଂଶୋଧନ କରାଯିବା ସହ ଏହା ଉପରେ ମଧ୍ୟ ଗବେଷଣା କରାଯାଇ ପାରିବ। ଏହି ମେଥଡ ସିଆରଆଇଏସପିଆର ଭାବେ ଜଣାଶୁଣା।

 

Related posts

ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପୁଲିସର ଦମନଲୀଳାକୁ ସୁପ୍ରିମକୋର୍ଟଙ୍କ ନିନ୍ଦା

mahabharatanews

ଆଲାସ୍କାରେ ଭୂକମ୍ପ ପ୍ରଭାବରେ ସୁନାମି ସତର୍କତା ଜାରି

mahabharatanews

ଅମ୍ଫାନ କ୍ଷୟକ୍ଷତି: ପଶ୍ଚିମ ବଙ୍ଗକୁ ୧ ହଜାର କୋଟି ସହାୟତା

mahabharatanews