ଓଡିଶା

ପୁଣି ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ କୌଣସି ପରିବର୍ତ୍ତନ ଆସିନଥିବା ବେଳେ ମୃତ୍ୟୁ ହାର ସ୍ଥିର ରହିଛି । ଗତକିଛି ଦିନ ହେବ କରୋନାଜନିତ ମୃତ୍ୟୁ ଲଗାତର ୧୬-୧୭ ରହି ଆସୁଛି । ଗତ ଗୋଟିଏ ଦିନରେ ମଧ୍ୟ ୧୬ ଜଣଙ୍କ ଜୀବନ ନେଇଛି ଏହି ମହାମାରୀ ଭୂତାଣୁ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ୯୭୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
୧୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ବାଲେଶ୍ୱର ଜିଲ୍ଲାରୁ ୪ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ ମୟୁରଭଞ୍ଜ, ନୟାଗଡ, କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ଝାରସୁଗୁଡା, ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।
ରାଜ୍ୟରେ ଏଯାବତ୍ ୨୪୪୧୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୯୪୪୩ଟି ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୨୧୩୬୭୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୯୭୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ହୋଇଛି ।

Related posts

ଜାଡରେ ଥରୁଛି ଓଡିଶା 

mahabharatanews

ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଓଲଟିଲା ବସ, ବର୍ତ୍ତିଲେ ଯାତ୍ରୀ

mahabharatanews

ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

mahabharatanews